ସାଢେ ୩ ଲକ୍ଷର ସୈନ୍ୟ କ୍ଷମତା ଥିବା ଆଫଗାନିସ୍ତାନକୁ ଦଖଲ କରିବା ପରେ ଅଧିକ ଶକ୍ତିଶାଳୀ ହୋଇଯାଇଛି ତାଲିବାନ

ନୂଆଦିଲ୍ଲୀ:   ସାଢେ ୩ ଲକ୍ଷର ସୈନ୍ୟ କ୍ଷମତା ଥିବା ଆଫଗାନିସ୍ତାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିବା ତାଲିବାନ ଏବେ ଅଧିକ ଶକ୍ତିଶାଳୀ ହୋଇଯାଇଛି । ଦୀର୍ଘ ୨୦ ବର୍ଷ ଧରି ଆତଙ୍କବାଦୀ ସଙ୍ଗଠନ ତାଲିବାନ ବିରୋଧରେ ଲଢିବାକୁ ଆମେରିକା ଆଫଗାନିସ୍ତାନକୁ ଦେଇଥିବା ସମସ୍ତ ଅସ୍ତ୍ରଶସ୍ତ୍ରର ଏବେ ତାଲିବାନ ହାତରେ । ଆମେରିକାର ଜଣେ ପ୍ରଶାସନିକ ଅଧିକାରୀଙ୍କ ସୂଚନା ମୁତାବକ ଏବେ ତାଲିବାନ ପାଖରେ ଆମେରିକାର ୮୫ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ରହିଛି । ତାଲିବାନ ପାଖରେ ୭୫ ହଜାରରୁ ଅଧିକ ଗାଡି ରହିଛି ।

ସେହିପରି ୨୦୦ରୁ ଅଧିକ ବିମାନ, ହେଲିକପ୍ଟର ମଧ୍ୟ ତାଲିବାନ ପାଖରେ ରହିଛି । ୬ ଲକ୍ଷରୁ ଅଧିକ ଛୋଟ ଏବଂ ହାଲୁକା ଅସ୍ତ୍ରଶସ୍ତ୍ର ରହିଛି । ସବୁଠୁ ବଡ କଥା ହେଉଛି ବିଶ୍ୱର ୮୫ ପ୍ରତିଶତ ଦେଶ ପାଖରେ ଯେତିକି ବ୍ଲାକହକ୍ ହେଲିକପ୍ଟରର ନାହିଁ ଏବେ ତାଲିବାନ ପାଖରେ ତା ଠାରୁ ଅଧିକ ବ୍ଲାକହକ୍ ହେଲିକେପ୍ଟର ଅଛି । କେବଳ ଅସ୍ତ୍ରଶସ୍ତ୍ର ନୁହେଁ ତାଲିବାନ ପାଖରେ ନାଇଟ ଭିଜନ ଗୁଗୁଲ, ବଡି ଆରମୋର, ମେଡିକାଲ ସରଞ୍ଜାମ ରହିଛି । ଏଥିସହିତ ତାଲିବାନ ପାଖରେ ବାୟୋମେଟ୍ରିକ ଡିଭାଇସ ରହିଛି ଯେଉଁଥିରେ ଫିଙ୍ଗର ପ୍ରିଂଟ, ଆଖି ସ୍କାନିଂ ଭଳି ସୁବିଧା ମଧ୍ୟ ରହିଛି ।

Afghan government decides to arm civilian militias amid increase in Taliban offensives - Chanakya Forum

ଏହି ସବୁ ଅସ୍ତ୍ରଶସ୍ତ୍ର ଏବଂ ସରଂଜାମ ୨୦ ବର୍ଷ ମଧ୍ୟରେ ଆମେରିକା ଆଫଗାନିସ୍ତାନକୁ ତାଲିବାନ ଦମନ ପାଇଁ ପ୍ରଦାନ କରିଥିଲା । ଯାହା ଏବେ ସେହି ତାଲିବାନୀ ଆତଙ୍କୀ ସଂଗଠନ ହାତରେ ଲାଗି ଯାଇଛି । ତେବେ ଏଥିପାଇଁ ଆମେରିକା ଆଫଗାନିସ୍ଥାନକୁ ଦାୟୀ କରିଛି । ଆଫଗାନିସ୍ତାନର ଅବହେଳା କାରଣରୁ ତାଲିବାନ ଏଭଳି ଅସ୍ତ୍ରଶସ୍ତ୍ର କବଜା କରିବାରେ ସକ୍ଷମ ହୋଇପାରିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର