ମଣିପୁରକୁ ମିଆଁମାରରୁ ଆସୁଛି ଅସ୍ତ୍ରଶସ୍ତ୍ର, ସାରା ଭାରତକୁ ଚାଲାଣ ହେଉଛି : ଗୁଇନ୍ଦା ରିପୋର୍ଟ

ମଣିପୁରରେ ଏକ ବଡ଼ ରାକେଟରେ ପର୍ଦ୍ଦାଫାଶ କରିଛି ଗୁଇନ୍ଦା ଏଜେନ୍ସି । ଏହି ରାକେଟ୍ ମିଆଁମାରରୁ ଅସ୍ତ୍ରସସ୍ତ୍ର ମଣିପୁରକୁ ଆଣି ସାରା ଭାରତରେ ଚୋରାଚାଲାଣ କରୁଥିଲା ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି ।

manipur

ଇମ୍ଫାଲ : ମଣିପୁରରେ ଏକ ବଡ଼ ରାକେଟରେ ପର୍ଦ୍ଦାଫାଶ କରିଛି ଗୁଇନ୍ଦା ଏଜେନ୍ସି । ଏହି ରାକେଟ୍ ମିଆଁମାରରୁ ଅସ୍ତ୍ରସସ୍ତ୍ର ମଣିପୁରକୁ ଆଣି ସାରା ଭାରତରେ ଚୋରାଚାଲାଣ କରୁଥିଲା ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି । ଏହା ଜଣାପଡ଼ିବା ପରେ ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି । 
ଜୁନ୍ ମାସର ଶେଷ ସପ୍ତାହରେ ମଣିପୁର ପୁଲିସ ଏହି ମାମଲାର ପର୍ଦ୍ଦାଫାଶ କରିଥିଲା ଓ ଚାରି ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସିନାମ୍ ସୋମେନ୍ଦ୍ରାଓ ମେଇତେଇ ଓରଫ ରିଚାର୍ଡ ନାମକ ବ୍ୟକ୍ତି ଥିଲା, ଯିଏ ଜଣେ ସ୍ୱ-ଘୋଷିତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏବଂ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ୟୁନାଇଟେଡ୍ ନ୍ୟାସନାଲ୍ ଲିବରେସନ୍ ଫ୍ରଣ୍ଟ୍ (ୟୁଏନଏଲଏଫ-ପି)ର ପ୍ରୋଜେକ୍ଟ ସେକ୍ରେଟାରୀ ଥିଲା। ଏହି ଦଳ ହିଁ ଦେଶର ଅନ୍ୟସ୍ଥାନକୁ ଅସ୍ତ୍ରଶସ୍ତ୍ର ଚାଲାଣ କରୁଥିଲେ । 

"ଏହି ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ ପରେ, ଲାଞ୍ଚେନବା ନୋଙ୍ଗଥୋମ୍ବାମ ଗନ୍ ହାଉସ୍ ମାଲିକ ଲଞ୍ଚେନବା ନୋଙ୍ଗଥୋମ୍ବାମଙ୍କୁ ଅଟକ ରଖାଯାଇଥିଲା, ଯିଏ ଉପଯୁକ୍ତ କାଗଜପତ୍ର ବିନା ଅସ୍ତ୍ରଶସ୍ତ୍ର ବିକ୍ରି କରୁଥିବାର ଜଣାପଡ଼ିଥିଲା ଏବଂ ତାଙ୍କଠାରୁ ସୂଚନା ଆଧାରରେ ପୁଲିସ ରିଚାର୍ଡ ପାଖରେ ପହଞ୍ଚିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe