ନୂଆଦିଲ୍ଲୀ : ଭାରତୀୟ ସେନାବାହିନୀ ଏବେ ଖର୍ଚ୍ଚକାଟ ପାଇଁ ନୂଆ ପଦକ୍ଷେପ ଆରମ୍ଭ କରୁଛି। ଦେଶର ପ୍ରତିରକ୍ଷା ବଜେଟ୍ ଚାପ କମାଇବାପାଇଁ ସେନା ଏବେ ଦେଶବ୍ୟାପୀ ସମସ୍ତ ୬୨ଟି କ୍ୟାଣ୍ଟନମେଣ୍ଟ୍ ଉଚ୍ଛେଦ କରିବାକୁ ଯୋଜନା କରୁଛି। ସେନାବାହିନୀ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟକୁ ଏ ବାବଦ ପ୍ରସ୍ତାବ ଦିଆଯାଇଛି। କ୍ୟାଣ୍ଟନମେଣ୍ଟ ଉଚ୍ଛେଦ କରି ଏ ବାବଦ ଅଞ୍ଚଳଗୁଡ଼ିକୁ ‘ସ୍ୱତନ୍ତ୍ର ମିଲିଟାରି ଷ୍ଟେସନ୍’ରେ ପରିଣତ କରାଯିବ। ବରିଷ୍ଠ ସେନା ଅଧିକାରୀଙ୍କ କହିବାନୁଯାୟୀ ଏହି ପଦକ୍ଷେପ ଦ୍ୱାରା ପ୍ରତିରକ୍ଷା ବଜେଟ୍ ଉପରେ ବୋଝ କମିବ। ଦେଶର ପ୍ରତିରକ୍ଷା ବଜେଟ୍ରେ କ୍ୟାଣ୍ଟନମେଣ୍ଟ ବାବଦରେ ଚଳିତବର୍ଷ ୪୭୬ କୋଟି ଟଙ୍କା ରହିଛି। କ୍ୟାଣ୍ଟନମେଣ୍ଟ ଉଚ୍ଛେଦ କରି ଏହାକୁ ସାମରିକ ଷ୍ଟେସନ୍ରେ ପରିଣତ କଲେ ସୁରକ୍ଷା ସ୍ଥିତି ଅଧିକ ସୁଦୃଢ଼ ହୋଇପାରିବ ଏବଂ ଜମି ପରିଚାଳନା କାର୍ଯ୍ୟ ମଧ୍ୟ ସୁରୁଖୁରୁରେ ହୋଇପାରିବ ବୋଲି କୁହାଯାଇଛି। ସେନାମୁଖ୍ୟ ବିପିନ ରାଓ୍ଵତ ମଧ୍ୟ ଏ ଦିଗରେ ପଦେକ୍ଷପ ନେବାକୁ ନିର୍ଦ୍ଦେଶ ଦେଇ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକ୍ରିୟା ଶେଷ କରିବାପାଇଁ କହିଛନ୍ତି। ତେବେ ଏହି ପ୍ରସ୍ତାବିତ ପଦକ୍ଷେପକୁ ନେଇ ଅନେକ ବିବାଦ ଉପୁଜିପାରେ। କାରଣ ଅତୀତରେ ମଧ୍ୟ ଏଭଳି ଯୋଜନା ବ୍ୟାପକ ସମାଲୋଚନା ହେତୁ ବିଫଳ ହୋଇଛି। ଗତ ମେ’ ମାସରେ ମଧ୍ୟ ସମସ୍ତ ୬୨ ସେନା ଶିବିରରେ ବନ୍ଦ ଥିବା ରାସ୍ତାଗୁଡ଼ିକୁ ଜନସାଧାରଣଙ୍କ ନିମନ୍ତେ ଖୋଲିବାପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଥିଲା। ଦେଶର ୧୭.୩ ଲକ୍ଷ ଏକର ଜମି ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନରେ ରହିଛି। ୬୨ଟି କ୍ୟାଣ୍ଟନମେଣ୍ଟ୍ ୨ ଲକ୍ଷ ଏକର ଜମିରେ ପରିବ୍ୟାପ୍ତ ଥିବା ଜଣାପଡ଼ିଛି।
ସେନାର ୬୨ କ୍ୟାଣ୍ଟନମେଣ୍ଟ ଉଚ୍ଛେଦ ହେବ
/sambad/media/post_attachments/wp-content/uploads/2018/07/vehicle-tax-759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)