ପାକ୍ କରୁଛି ହ୍ୟାକ୍ ! ବଦଳାଅ ହ୍ଵାଟ୍ସଆପ ସେଟିଙ୍ଗ, ଯବାନଙ୍କୁ ଆଡଭାଇଜାରି ଜାରି କଲା ସେନା

ନୂଆଦିଲ୍ଲୀ: ବଦଳାଅ ହ୍ଵାଟ୍ସଆପ ସେଟିଙ୍ଗ, ନିଜ ଯବାନଙ୍କୁ ଆଡ଼ଭାଇଜାରି ଜାରି କରିଛି ଭାରତୀୟ ସେନା | ତୁରନ୍ତ ହ୍ଵାଟ୍ସଆପ ସେଟିଙ୍ଗକୁ ବଦଳାଇବାକୁ ସେନା ନିର୍ଦ୍ଦେଶନାମା ଜାରି କରିଛି | ସେନା ପକ୍ଷରୁ କୁହାଯାଇଛି ଯେ କେବଳ ନିଜେ ସେଟିଙ୍ଗରେ ପରିବର୍ତ୍ତନ କରନ୍ତୁ ନାହିଁ ବରଂ ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ସତର୍କ କରନ୍ତୁ | ସେନା ଯବାନମାନଙ୍କୁ ସନ୍ଦିଗ୍ଧ ନମ୍ବରଟିଏ ମଧ୍ୟ ଦର୍ଶାଇଛି | ଏହି ନମ୍ବରଟି ହେଉଛି ୯୨୩୦୩୨୫୬୯୩୦୭ | ଏହି ନମ୍ବରଟି ପାକିସ୍ତାନର ବୋଲି କୁହାଯାଇଛି | ବିଭିନ୍ନ ହ୍ବାଟସଆପ୍ ନମ୍ବର ଜରିଆରେ ଯବାନଙ୍କ ନମ୍ବରକୁ କିଛି ଗ୍ରୁପରେ ଯୋଡ଼ି ଦିଆଯାଉଛି। ଏହା ଦ୍ବାରା ମୋବାଇଲରୁ ଗୁପ୍ତ ତଥ୍ୟ ମଧ୍ୟ ଚୋରି କରି ନିଆଯାଉଛି।

Photo-ANI

ସେନାର ଆଡ଼ଭାଇଜାରିରେ କୁହାଯାଇଛି ଯେ ଯବାନଙ୍କର ମୋବାଇଲ ନମ୍ବର କିଛି ଗ୍ରୁପରେ ରହିଛି, ଯାହାକି ପାକିସ୍ତାନରୁ ପରିଚାଳିତ ହେଉଛି | ସେନା ପକ୍ଷରୁ ଯବାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ହ୍ଵାଟ୍ସଆପ ନମ୍ବରର ସେଟିଙ୍ଗ ତୁରନ୍ତ ବଦଳାନ୍ତୁ ଓ କୌଣସି ବି ଅଜଣା ନମ୍ବରର ଗ୍ରୁପରେ ସାମିଲ ନ କରାଇବାକୁ ଅପସନ ଆକ୍ଟିଭ କରନ୍ତୁ | ନିମ୍ନରେ ଦର୍ଶାଯାଇଛି ଯେ କିଭଳି ହ୍ଵାଟ୍ସଆପ ସେଟିଙ୍ଗ ପରିବର୍ତ୍ତନ କରିବେ |
ହ୍ଵାଟ୍ସଆପ ସେଟିଙ୍ଗ>ଆକାଉଣ୍ଟ>ପ୍ରାଇଭେସି>ଗ୍ରୁପ>ଚେଞ୍ଜ ସେଟିଙ୍ଗ ଟୁ ମାଇଁ କଣ୍ଟାକ୍ଟ

ସମ୍ବନ୍ଧିତ ଖବର