ଲଦାଖ : ଲଦାଖର ତୁରତୁକ୍ ସେକ୍ଟରରେ ଶୁକ୍ରବାର ଦିନ ସେନାର ଏକ ବସ୍ ନିୟନ୍ତ୍ରଣ ହରାଇ ନଦୀକୁ ଖସି ପଡ଼ିବାରୁ ୭ ଜଣ ଯବାନଙ୍କ ମୃତ୍ୟୁ ହୋଇଛି ଏବଂ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ୨୬ ସୈନିକଙ୍କୁ ଧରି ସେନାର ଏକ ବସ୍ ପରତାପୁର ଟ୍ରାନ୍ଜିଟ୍ କ୍ୟାମ୍ପ୍ରୁ ହାନିଫ୍ ସବ୍ସେକ୍ଟରର ଆଗୁଆ ଘାଟିକୁ ଯାଉଥିବା ବେଳେ ବାଟରେ ଶ୍ୟୋକ ନଦୀକୁ ଖସି ପଡ଼ିଥିଲା। ୫୦-୬୦ ଫୁଟ୍ ଗଭୀରକୁ ଖସିବା ପରେ ବସ୍ଟି ଚୁରମାର ହୋଇଯାଇଛି। ତୁରନ୍ତ ସେନାର ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମସ୍ତ ୨୬ ସୈନିକଙ୍କୁ ଉଦ୍ଧାର କରି ସେନା ଫିଲ୍ଡ ହସ୍ପିଟାଲ୍ ପଠାଯାଇଥିଲା। ସେଠାରେ ୭ ଯବାନଙ୍କ ମୃତ୍ୟୁ ହୋଇଛି। ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି।
ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି। ଶୁକ୍ରବାର ଭୋର ୯ଟା ସମୟରେ ତୁରତୁକ ସେକ୍ଟରରେ ଏହି ଦୁର୍ଘଟଣା ହୋଇଛି। ଲେହ ଜିଲ୍ଲାର ନୁବ୍ରା ଅଞ୍ଚଳଠାରୁ ଏହା ୨୫ କିମି ଦୂର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକସନ୍ତପ୍ତ ପରିବାରକୁ ମୋଦୀ ସମବେଦନା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Army-Vehicle-Accident-Ladakh-PTI.jpg)