ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଥିବା ଯୁବକଙ୍କୁ ସେନାମୁଖ୍ୟଙ୍କ କଡ଼ା ଚେତାବନୀ : ଆତ୍ମସମର୍ପଣ କର, ନଚେତ୍ ନିପାତ ହେବ

ନୂଆଦିଲ୍ଲୀ: ଦିନକୁ ଦିନ ଜମ୍ମୁ-କଶ୍ମୀରରେ ଅାତଙ୍କବାଦୀଙ୍କ ଉପଦ୍ରବ ବଢ଼ିବା ହେତୁ ସୋମବାର ସେନାମୁଖ୍ୟ ବିପିନ ରାଓ୍ଵତ ଆତଙ୍କବାଦୀ ସଂଗଠନରେ ଯୋଗ ଦେଉଥିବା ଯୁବକମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ସେମାନେ ନିଜେ ହିଁ ଆତଙ୍କବାଦୀ ସଂଗଠନରୁ ବାହାରି ଆସନ୍ତୁ ନଚେତ ଭାରତୀୟ ସେନା ସେମାନଙ୍କୁ ନିପାତ କରିଦେବ। ଆତଙ୍କବାଦୀମାନଙ୍କ ଉଦେଶ୍ୟରେ ଜେନେରାଲ୍  ବିପିନ ରାଓ୍ଵତ କହିଛନ୍ତି ଯେ ସେମାନେ ଭଲରେ ନିଜ ଅସ୍ତ୍ର ସହ  ଆତ୍ମସମର୍ପଣ କରନ୍ତୁ। ଏହା ସେମାନଙ୍କ ପାଇଁ ଏକ ଉତ୍ତମ ସୁଯୋଗ।

ଜମ୍ମୁ-କଶ୍ମୀରର ଯୁବପିଢ଼ିଙ୍କୁ  ଲକ୍ଷ୍ୟ କରି ଜେନେରାଲ୍  ବିପିନ ରାଓ୍ଵତ କହିଛନ୍ତି, ଆତଙ୍କବାଦୀ ସଂଗଠନରେ ସାମିଲ ହେବା କୌଣସି ଦୃଷ୍ଟିରୁ ଉତ୍ତମ ପଦକ୍ଷେପ ନୁହେଁ। କାହିଁକି ନା, ସେଠାରେ ତୁମେ ଦୀର୍ଘ ଦିନ ବଞ୍ଚି ରହିପାରିବ ନାହିଁ। ଆମେ ଏକ ସୁଯୋଗ ଦେଉଛୁ। ବନ୍ଧୁକ ଛାଡ଼ିବା   ସହ ଆତ୍ମସମର୍ପଣ କର। ଯଦି  ତୁମେ ହିଂସା ବଜାୟ ରଖ ତେବେ ଆମ ପାଖରେ ଆଉ ମାତ୍ର ଗୋଟାଏ ରାସ୍ତା ରହିବ। ତାହା ହେଉଛି ତୁମମାନଙ୍କୁ ନିପାତ କରିବା। ପଞ୍ଜାବର ମାମୁନ ମିଲିଟାରି ଷ୍ଟେସନ୍‌ରେ ଏକ ସାମ୍ବାଦିକ ସମ୍ମିଳନୀରେ  ସେନାମୁଖ୍ୟ ବିପିନ ରାଓ୍ଵତ ଏପରି ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର