ନୂଆଦିଲ୍ଲୀ: ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ବୁଧବାର ମଧ୍ୟପ୍ରଦେଶର ଚିତ୍ରକୁଟସ୍ଥିତ ଆଶ୍ରମରେ ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟଙ୍କଠାରୁ ଆଶୀର୍ବାଦ ଲୋଡ଼ିଥିଲେ। ଗୁରୁ ତାଙ୍କୁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ।
ଜେନେରାଲ ଦ୍ୱିବେଦୀଙ୍କ ଆଶ୍ରମ ଗସ୍ତ ସମୟରେ ରାମଭଦ୍ରାଚାର୍ଯ୍ୟ କହିଛନ୍ତି ଯେ, ସୀତାଙ୍କୁ ଠାବ କରିବା ପାଇଁ ଲଙ୍କାକୁ ଯିବା ପୂର୍ବରୁ ହନୁମାନଙ୍କୁ ଯେଉଁ ରାମମନ୍ତ୍ରରେ ଦୀକ୍ଷା ଦିଆଯାଇଥିଲା, ସେ ବି ସେହି ଦୀକ୍ଷା ନେଇଛନ୍ତି। ରାମଭଦ୍ରାଚାର୍ଯ୍ୟ ଜେନେରାଲ ଦ୍ୱିବେଦୀଙ୍କୁ ପିଓକେକୁ ଗୁରୁ ଦକ୍ଷିଣା ରୂପେ ମାଗିଥିଲେ। ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟ ଜଣେ ପ୍ରସିଦ୍ଧ ହିନ୍ଦୁ ଆଧ୍ୟାତ୍ମିକ ଗୁରୁ, ସଂସ୍କୃତ ପଣ୍ଡିତ ଓ ଦାର୍ଶନିକ ଯିଏ ଅନେକ ପୁସ୍ତକ ରଚନା କରିଛନ୍ତି।