ଯେତେବେଳେ ଲୋକଙ୍କ ରକ୍ତରେ ଭିଜୁଥିଲା ରାସ୍ତା, ସେନା ମୁଖ୍ୟ କରୁଥିଲେ ପାର୍ଟି

ନୂଆଦିଲ୍ଲୀ: ଦିନରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରୀଙ୍କ ଉପରେ ଗୁଳିଚାଳନା କରି ରାତିରେ ମଜା ମସ୍ତି କରୁଥିଲେ ସେନା ପ୍ରମୁଖ | ଗତକାଲି ମିଆଁମାରରେ ସେନା ଦ୍ୱାରା ଘଟିଥିବା ନାରକୀୟ କାଣ୍ଡ ପଛର ଏମିତି ଏକ କାହାଣୀ ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ମଧ୍ୟ ମିଆଁମାର ବାବଦରେ ଥରେ ଭାବିବାକୁ ବାଧ୍ୟ କରିବ | ଗତକାଲି (ଶନିବାର) ଦେଶରେ ‘ଆର୍ମଡ଼ ଫୋର୍ସ ଡେ’ ପାଳନ କରାଯାଉଥିବାବେଳେ ପ୍ରଦର୍ଶନକାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ୟେଙ୍ଗୁନ୍, ମାଣ୍ଡଲେ ଏବଂ ଅନ୍ୟାନ୍ୟ ସହରରେ ରାଲି କରିଥିଲେ। ଆଉ ଏହି ରାଲି ସମୟରେ ସେନା ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା |

म्यांमार
photo-aajtak

ସେନା ଗୁଳିରେ ୯୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା | ତେବେ ଦିନବେଳେ ସେନା ପକ୍ଷରୁ ଏଭଳି ନାରକୀୟ କାଣ୍ଡ ହୋଇଥିବାବେଳେ ଗତକାଲି ରାତିରେ ମିଆଁମାର ସେନା ପ୍ରମୁଖ ମିନ ଅଙ୍ଗ ଲାଇଙ୍ଗଙ୍କ ସହ ଅନ୍ୟ ସେନା ପଦାଧିକାରୀମାନେ ଭବ୍ୟ ପାର୍ଟିର ମଜା ନେଉଥିଲେ | ଗଣମାଧ୍ୟମର ରିପୋର୍ଟ ମୁତାବକ ଯେତେବେଳେ ଏତେ ସଂଖ୍ୟକ ଲୋକଙ୍କର ରକ୍ତରେ ରାଜରାସ୍ତା ଭିଜିଯାଇଥିଲା, ସେହିଦିନ ଅର୍ଥାତ ଗତକାଲି ରାତିରେ ବିଜୟ ଉତ୍ସବ ଭାବେ ସେନା ଅଧିକାରୀମାନେ ପାର୍ଟି କରିଥିଲେ |

ସୂଚନା ଥାଉ କି ଗତକାଲି ମିଆଁମାରରେ ସେନା ବର୍ବରତାର ସୀମା ଟପିଥିଲା | ସେନା ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିଆସୁଥିବା ଲୋକଙ୍କ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା | ଆଉ ସେନା ଗୁଳିରେ ୯୧ ଜଣ ପ୍ରଦର୍ଶନକାରୀଙ୍କର ମୃତ୍ୟୁ ଘଟିଥିଲା |

ସମ୍ବନ୍ଧିତ ଖବର