ସୀମାନ୍ତରେ ସ୍ଥିତିର ଆକଳନ ସହ ସେନା ପ୍ରସ୍ତୁତିର ସମୀକ୍ଷା କଲେ ସେନାମୁଖ୍ୟ ଜେରୋଲ ରାଓ୍ଵତ୍‌

ଶ୍ରୀନଗର: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଶୁକ୍ରବାର ଦେଶର ସ୍ଥଳସେନା ମୁଖ୍ୟ (ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌) ଜେରୋଲ ବିପିନ୍‌ ରାଓ୍ଵତ୍‌ ସୀମାନ୍ତରେ ଅବସ୍ଥାପିତ ଦେଶର ଆଗୁଆ ଘାଟୀ ଅଞ୍ଚଳଗୁଡ଼ିକୁ ଗସ୍ତ କରିବା ସହ ପ୍ରତ୍ୟକ୍ଷ ଭାବେ ସ୍ଥିତର ସମୀକ୍ଷା କରିଛନ୍ତି। ଭାରତର ଦୁଇ ପଡ଼ୋଶୀ ରାଷ୍ଟ୍ର ଉଭୟ ପାକିସ୍ତାନ ଓ ଚୀନ୍‌ ପକ୍ଷରୁ ସୀମାନ୍ତରେ ବିନା କାରଣରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରାଯାଉଥିବା ପରିପ୍ରେକ୍ଷୀରେ ଦେଶର ସେନା ମୁଖ୍ୟ ଜେରୋଲ ବିପିନ୍‌ ରାଓ୍ଵତ୍‌ଙ୍କ ହଠାତ୍‌ ସୀମାନ୍ତ ଅଞ୍ଚଳକୁ ଗସ୍ତ ଓ ସେଠାରେ ସ୍ଥିତିର ଆକଳନ ସହ ସମୀକ୍ଷା ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରାଯାଉଛି।


ହସ୍ତଗତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି, କୌଣସି ପ୍ରକାରର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନଥିଲେ ମଧ୍ୟ ଆଜି ଦେଶର ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌ ହଠାତ୍‌ ଦେଶର ସୀମାନ୍ତରେ ଥିବା ଲାଦାଖ୍‌ର ପୂର୍ବାଞ୍ଚଳକୁ ଗସ୍ତ କରିଥିଲେ। ସେଠାରେ ଥିବା ଆଗୁଆ ଘାଟୀଗୁଡ଼ିକୁ ଯାଇ ସ୍ଥିତର ସମୀକ୍ଷା କରିବା ସହ, ସୁରକ୍ଷା ବ୍ୟବସ୍ଥା ସମେତ ଯେ କୌଣସି ପ୍ରକାରର ଜରୁରୀ ପରିସ୍ଥିତର ସାମନା କରିବା କ୍ଷେତ୍ରରେ ସେନାର ପ୍ରସ୍ତୁତି ସଂପର୍କରେ ମଧ୍ୟ ସବିଶେଷ ସମୀକ୍ଷା କରିଥିବା ଜଣାଯାଇଛି। ଅନ୍ୟ ପକ୍ଷରେ ସେନାମୁଖ୍ୟ ଜେନେରାଲ ରାଓ୍ଵତ୍‌ଙ୍କ ସୀମାନ୍ତ ଗସ୍ତ ଓ ସେଠାରେ ସ୍ଥିତି ସମୀକ୍ଷା ସଂପର୍କରେ କୌଣସି ପ୍ରକାରର ସବିଶେଷ ତଥ୍ୟ ଗଣମାଧ୍ୟମକୁ ପ୍ରଦାନ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ମନା କରିଦେଇଛି।

ସମ୍ବନ୍ଧିତ ଖବର