ଆଜି ଠାରୁ ଶ୍ରୀଲଙ୍କା ଗ୍ରସ୍ତରେ ଯାଉଛନ୍ତି ସେନାଧ୍ୟକ୍ଷ ବିପିନ ରାୱତ,  ଏହାର , ଗୁରୁତ୍ୱକୁ ଜାଣନ୍ତୁ

ନୂଆଦିଲ୍ଲୀ : ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତ ଆଜି ଠାରୁ ଶ୍ରୀଲଙ୍କାକୁ ଏକ ୪ ଦିନିଆ ଆନୁଷ୍ଠାନିକ ଗସ୍ତରେ ଯିବେ । ଜେନେରାଲ ରାୱତଙ୍କର ଶ୍ରୀଲଙ୍କାକୁ ଏହା ପ୍ରଥମ ଗସ୍ତ ହେବ । ଏହି ଗସ୍ତ ସମୟରେ ସେ ଶ୍ରୀଲଙ୍କାର ବରିଷ୍ଠ ରାଜନୈତିକ ନେତା ଏବଂ ସୈନ୍ୟ ଅଧିକାରୀମାନଙ୍କୁ ଭେଟିବେ ।

ଶ୍ରୀଲଙ୍କାରେ ଚୀନର ପ୍ରଭାବ ବଢୁଥିବାରୁ ଭାରତର ସେନାଧ୍ୟକ୍ଷଙ୍କ ଏହି ଗ୍ରସ୍ତ ବେଶ , ଗୁରୁତ୍ୱ  ବହନ କରୁଛି । ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦରକୁ ଚୀନ ନିଜ କବଜାକୁ ନେଇଯାଇଛି । ଅର୍ଥନୈତିକ ଉଦ୍ଦେଶରେ ଏହି ବନ୍ଦର ର ବିକାଶ କରିବା କଥା ଚୀନ କହୁଥିବାବେଳେ ନିୟମିତଭାବେ ସେଠାକୁ ଚୀନ ନୌସେନାର ସାମରିକ ଜାହାଜ ଆସିବାକୁ ଭାରତ ସଂଦେହ    ଦୃଷ୍ଟିରେ ଦେଖୁଛି । କେବଳ ହାମ୍ବନତୋଟା ନୁହଁ ତ୍ରିକୋଁମାଲି ବନ୍ଦର ଉପରେ ମଧ୍ୟ ଚୀନ ଆଖି ପକାଇଛି । ଚୀନ ଏସବୁ ପଦକ୍ଷେପ ଭାରତର ସୁରକ୍ଷା ପାଇଁ ବିପଦ ଆଣିଦେଇଛି । ଶ୍ରୀଲଙ୍କା ମଧ୍ୟ ଚୀନର ଋଣଭାରରେ ଡୁବି ରହିଛି । ଏଥିପାଇଁ କଲୋମ୍ବୋ ଭାରତର ସହାୟତା ଲୋଡିଛି ।

ଯାତ୍ରା ସମୟରେ ସେନାଧ୍ୟକ୍ଷ ଶ୍ରୀଲଙ୍କାର ଆର୍ମୀ ସିଗନାଲ କର୍ପସର ଯବାନମାନଙ୍କୁ ପ୍ରଶିକ୍ଷିତ କରିବା ପାଇଁ କାଣ୍ଡି ସ୍ଥିତ ସ୍କୁଲ ଅଫ ସିଗନାଲରେ ଭାରତୀୟ ସେନା ଦ୍ୱାରା ସଂକଳ୍ପିତ ଏବଂ ସ୍ଥାପିତ ଏକ ଯୋଗାଯୋଗ ପରୀକ୍ଷାଗାରର ମଧ୍ୟ ଉଦଘାଟନ କରିବେ । ତିନି ସେନାର ବରିଷ୍ଠ ନେତୃତ୍ୱଙ୍କୁ ଭେଟିବା ବ୍ୟତୀତ ଜେନେରାଲ ବିପିନ ରାୱତ କାଣ୍ଡି ଏବଂ ଟ୍ରିଙ୍କୋମାଳିରେ କ୍ଷେତ୍ରୀୟ ସୈନ୍ୟ କମାଣ୍ଡରମାନଙ୍କୁ ଭେଟିବେ ।

ସମ୍ବନ୍ଧିତ ଖବର