ନୂଆଦିଲ୍ଲୀ : ସାମ୍ପ୍ରତିକ ପରିସ୍ଥିତିରେ ଭାରତୀୟ ବାୟୁସେନା ମୁଖ୍ୟ ଆର୍କେଏସ୍ ଭଦୌରିଆ ଗତକାଲି ପୂର୍ବାଞ୍ଚଳର ପ୍ରମୁଖ ବିମାନଘାଟି ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରି ଫେରିବା ପରେ ଆଜି ସକାଳେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଵଣେ ଦୁଇଦିନିଆ ଗସ୍ତରେ ଲଦାଖରେ ପହଞ୍ଚିଛନ୍ତି। ସେଠାରେ ସେ ସାମରିକ କ୍ଷେତ୍ର ଅଧିକାରୀମାନଙ୍କ ସହ ପରିସ୍ଥିତିର ତର୍ଜମା ଆରମ୍ଭ କରିଛନ୍ତି। ସେହିପରି ଗଲଵାନ ଉପତ୍ୟକାରେ ଗତ ତିନି ମାସ ଧରି ଚୀନ ସୈନିକମାନଙ୍କ ସହ ମୁହାଁମୁହିଁ ସ୍ଥିତି ସାମନା କରୁଥିବା ଭାରତୀୟ ଯବାନମାନଙ୍କ ପ୍ରସ୍ତୁତି ଏବଂ ତତ୍କାଳ କାର୍ଯ୍ୟଦକ୍ଷତା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିବେ ବୋଲି ଜଣାଯାଇଛି। ଲଦାଖ ସୀମାରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ସୀମାକୁ ଭାରତର ସ୍ଥଳସେନା ଓ ବାୟୁସେନା ମୁଖ୍ୟ ଗସ୍ତ କରିବା ଅନେକ ଗୁରୁତ୍ବ ରଖୁଛି।
ଦୁଇ ଦିନିଆ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ
/sambad/media/post_attachments/wp-content/uploads/2020/09/naravane-pti-1599113907.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)