ପୁଞ୍ଚ (ଜମ୍ମୁ- କଶ୍ମୀର): ଭାରତୀୟ ସେନାର ନର୍ଦନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହଙ୍କୁ ଯାଉଥିବା ଏକ ସେନା ହେଲିକପ୍ଟର ଆଜି ଅପରାହ୍ଣରେ ଜମ୍ମୁ- କଶ୍ମୀରର ପୁଞ୍ଚ୍‌ ଠାରେ ଅବତରଣ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି। ତେବେ, ହେଲିକପ୍ଟରରେ ଥିବା ସମସ୍ତେ ସୁରକ୍ଷିତ ଥିବା ସେନା ପକ୍ଷରୁ କହାଯାଇଛି।

Advertisment

ହସ୍ତଗତ ରିପୋର୍ଟରୁ ପ୍ରକାଶ, ଏହି ସେନା ହେଲିକପ୍ଟରଟିରେ ନର୍ଦନ ଆର୍ମି କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ଓ ୨ଜଣ ପାଇଲଟଙ୍କ ସମେତ ମୋଟ ୭ ଜଣ ଯାତ୍ରା କରୁଥିଲେ। ତେବେ, ହେଲିକପ୍ଟରର ଇଞ୍ଜିନ୍‌ରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ପାଇଲଟ ପୁଞ୍ଚ୍‌ ଠାରେ ହେଲିକପ୍ଟରଟିର ଜରୁରୀକାଳିନ ଅବତରଣ କରୁଥିବା ବେଳେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଯାଇଥିଲା। ସେନା ବିଭାଗ ପକ୍ଷରୁ ଏହି ହେଲିକପ୍ଟର ଦୁର୍ଘଟଣାର ଯାଞ୍ଚ ଆଦେଶ ଦିଆଯାଇଛି।

ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।