ଜମ୍ମୁ-କଶ୍ମୀରରେ ପ୍ରବେଶ ପାଇଁ ୫୦୦ ଆତଙ୍କବାଦୀ ଅପେକ୍ଷା କରି ରହିଛନ୍ତି

ଜମ୍ମୁ-କଶ୍ମୀର: ପାକ୍‌ ଅଧିକୃତ କଶ୍ମୀରର ନିୟନ୍ତ୍ରଣ ରେଖା ନିକଟରେ ବିଭିନ୍ନ ପ୍ରଶିକ୍ଷଣ ଶିବିରରେ ପାଖାପାଖି ୫୦୦ ଆତଙ୍କବାଦୀ ଜମ୍ମୁ-କଶ୍ମୀରରେ ପ୍ରବେଶ କରିବା ପାଇଁ ଅପେକ୍ଷା କରି ରହିଛନ୍ତି ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ସୂଚନା ଦେଇଛନ୍ତି।

ସେନାର ବରିଷ୍ଠ ଅଧିକାରୀ ଜନେରାଲ ରଣବୀର ସିଂହଙ୍କ କହିବାନୁସାରେ, ୨୦୦ରୁ ୩୦୦ ଆତଙ୍କବାଦୀ ପାକିସ୍ତାନ ସହଯୋଗରେ କଶ୍ମୀରକୁ ଅଶାନ୍ତ କରିବା ପାଇଁ ଜମ୍ମୁ-କଶ୍ମୀର ଭିତରେ ସକ୍ରିୟ ଅଛନ୍ତି। କେବଳ ଏତିକି ନୁହେଁ, ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ହ୍ରାସ ପାଇଛି। ସେଥିପାଇଁ ସେମାନେ ପୁଲିସ ଷ୍ଟେସନ୍‌ ଉପରେ ଆକ୍ରମଣ କରି ଅସ୍ତ୍ରଶସ୍ତ୍ର ଛଡାଇ ନେବା ପାଇଁ ଯୋଜନା କରୁଛନ୍ତି।

ଆତଙ୍କବାଦୀଙ୍କ ସଂଖ୍ୟା ଯାହା ବି ହେଉ, ଆମେ କୌଣସି ପରିସ୍ଥିତିରେ ବି ସେମାନଙ୍କୁ ରୋକିବା ସହ ରାସ୍ତାରୁ ହଟାଇବା ପାଇଁ ପୂରା ପ୍ରସ୍ତୁତ ଅଛୁ। ଜମ୍ମୁ-କଶ୍ମୀରରେ ଶାନ୍ତି ଏବଂ ସାଧାରଣ ଜୀବନଯାପନ ସ୍ଥିତିକୁ ସୁନିଶ୍ଚିତ କରିବା ପାଇଁ ସେନା ସର୍ବଦା ତତ୍ପର ରହିଛି। ଏବେ ବି ପାକିସ୍ତାନ ଭିତରେ ଆତଙ୍କବାଦୀ ଶିବିର ଚାଲିଛି ବୋଲି ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର