ଭାରତୀୟ ସେନାର ମାନସ-ମନ୍ଥନ କାର୍ଯ୍ୟକ୍ରମ ଆରମ୍ଭ: ଛୋଟ ହୋଇପାରେ ସେନାର ଆକାର; ଦକ୍ଷତା ଉପରେ ଦିଆଯିବ ଗୁରୁତ୍ୱ

ନୂଆଦିଲ୍ଲୀ : ଭାରତୀୟ ସେନାର ଉଚ୍ଚସ୍ତରୀୟ ଅଧିକାରୀମାନେ ଏକ ବୈଠକରେ ସେନାର ମାନସ ମନ୍ଥନ ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀରେ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଆର୍ମି କମାଣ୍ଡର୍ସ କନଫରେନ୍ସରେ ପରିଚାଳନା, ପ୍ରଶାସନ, ମାନବ ସମ୍ବଳ ଓ ଲଜିଷ୍ଟିକ୍‌ ଆଦି ବିଭାଗକୁ ନେଇ ଭାରତୀୟ ସେନାର ଭବିଷ୍ୟତ କାର୍ଯ୍ୟଧାରା ନିର୍ଦ୍ଧାରଣ କରାଯିବ।

ଏହି ୬ ଦିନିଆ ସମ୍ମିଳନୀକୁ ସେନାମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ଵତ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି। ଏହି ବୈଠକରେ ସେନାର ୭ କମାଣ୍ଡର ଓ ଭାରତୀୟ ସେନାର ଉପ-ସେନାଧ୍ୟକ୍ଷ ଭବିଷ୍ୟତରେ ପରିଚାଳନାରେ ଆସିବାକୁ ଥିବା ପରିବର୍ତ୍ତନ ସଂପର୍କରେ ଚର୍ଚ୍ଚା ଏବଂ ବିଶ୍ଳେଷଣ କରିବେ। ଏହା ବ୍ୟତୀତ ସମ୍ମିଳନୀରେ ସେନା ପ୍ରତି ଆସିବାକୁ ଥିବା ଚାଲେଞ୍ଜ ସଂପର୍କୀତ ଅନୁଧ୍ୟାନ ମଧ୍ୟ ଉପସ୍ଥାପନ କରିବେ।

ଭବିଷ୍ୟତରେ ଯୁଦ୍ଧ ପରିସ୍ଥିତି ଉପୁଜିଲେ ସେନାକୁ କିଭଳି ଏହାର ମୁକାବିଲା ଲାଗି ତୟାର କରାଯିବ ସେ ନେଇ ମାନସ ମନ୍ଥନ ମଧ୍ୟ ହୋଇଛି। ଏଥିଲାଗି ଦରକାର ପଡ଼ିଲେ ସେନାର ଆକାରକୁ ଛୋଟ କରାଯିବ। ଏ ନେଇ ଜେନେରାଲ୍‌ ରାଓ୍ଵତ ଓ ଶୀର୍ଷ କମାଣ୍ଡର୍‌ମାନେ କାର୍ଯ୍ୟଦକ୍ଷ ସୈନିକଙ୍କୁ ଚିହ୍ନଟ କରିବାର ଯୋଜନା ରଖିଛନ୍ତି। ରିପୋର୍ଟ ଅନୁସାରେ ସେନା ପକ୍ଷରୁ ନିଷ୍ପତ୍ତି ହୋଇଛି କି ୫୭,୦୦୦ ଅଧିକାରୀଙ୍କ ସମେତ ଅନ୍ୟ ର‍୍ୟାଙ୍କ୍‌ରେ ମଧ୍ୟ ପୁନଃମୁତୟନ ଆରମ୍ଭ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର