ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀର ଆତ୍ମବିଶ୍ବାସ ଢେର୍ ଉଚ୍ଚ ଏବଂ ଅତୀତ ଭଳି ଯବାନମାନେ ଦେଶ ପାଇଁ ନିଜର ପ୍ରାଣବଳି ଦେବାକୁ ପ୍ରସ୍ତୁତ। ସୀମାରେ ଚୀନ୍ ସହ ସଂଘର୍ଷମୟ ପରିସ୍ଥିତି ଜାରି ରହିଥିବା ପରିପ୍ରେକ୍ଷୀରେ ଭାରତ–ତିବ୍ଦତୀୟ ସୀମା ସୁରକ୍ଷା ବଳ(ଆଇଟିବିପି) ମହାନିେର୍ଦ୍ଦଶକ ଏସ୍ ଏସ୍ ଦେଶାଇ ରବିବାର ଏପରି ଉତ୍ସାହପ୍ରଦ ବକ୍ତବ୍ୟ ରଖିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲଦାଖ ଗସ୍ତ ଏବଂ ନିମୁଠାରେ ଯବାନମାନଙ୍କୁ ସେ ଦେଇଥିବା ଉଦ୍ବୋଧନ ସୀମାରେ ନିୟୋଜିତ ସମସ୍ତ ପ୍ରକାର ସଶସ୍ତ୍ର ବାହିନୀର ଆତ୍ମବଳକୁ ଶୀର୍ଷରେ ପହାଇଛି ବୋଲି ଶ୍ରୀ ଦେଶାଇ କହିଛନ୍ତିା ସେମାନେ ଭାରତୀୟ ସ୍ଥଳସେନା ହୁଅନ୍ତୁ କି ବାୟୁସେନା ଅଥବା ଆଇଟିବିପି ହୁଅନ୍ତୁ, ଦେଶର ସୀମା ସୁରକ୍ଷା ପାଇଁ ସେମାନେ ଉତ୍ସର୍ଗୀକୃତ ବୋଲି ଆଜି ଏଠାରେ ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ ଯତ୍ନ କେନ୍ଦ୍ରର ଉଦ୍ଘାଟନ ଅବସରରେ ଶ୍ରୀ ଦେଶାଇ କହିଛନ୍ତି। ଦକ୍ଷିଣ ଦିଲ୍ଲୀର ଛତରପୁର ଅଳରେ ଦିଲ୍ଲୀର ଆପ୍ ସରକାର ଓ ଧାର୍ମିକ ଅନୁଷ୍ଠାନ ରାଧା ସ୍ବାମୀ ବ୍ୟାସର ସ୍ବେଚ୍ଛାସେବୀଙ୍କ ଦ୍ବାରା ପରିଚାଳିତ ହେବାକୁ ଥିବା ଏହି ସର୍ଦ୍ଦାର ପଟେଲ କୋଭିଡ୍ ଯତ୍ନ କେନ୍ଦ୍ରକୁ ଉପରାଜ୍ୟପାଳ ଅନୀଲ ବଜାଜ ଉଦ୍ଘାଟନ କରିଥିଲେ।
ଏଠାରେ ସ୍ମରଣଯୋଗ୍ୟ, ଚୀନ୍ ସୀମା ସହ ରହିଥିବା ଦେଶର ୩,୪୮୮ କିମି ଦୀର୍ଘ ପ୍ରକୃତ ନିୟନ୍ତ୍ରଣ ରେଖାର ସୁରକ୍ଷା ପାଇଁ ଆଇଟିବିପି ଯବାନମାନେ ନିୟୋଜିତ ହୋଇଥିବା ବେଳେ ଗଲୱାନ ଉପତ୍ୟକା ଅଘଟଣ ପରଠାରୁ ସେମାନଙ୍କୁ ଭାରତୀୟ ସ୍ଥଳସେନା ସହଯୋଗ କରି ଆସୁଛିା ତେବେ ଗତ ମାସ ୧୫ ତାରିଖ ରାତିରେ ଚୀନ୍ ସେନା ସହ ରକ୍ତାକ୍ତ ସଂଘର୍ଷ ପରେ ଆଇଟିବିପିର ଆଉ ୩୦ କମ୍ପାନି(୩୦୦୦ ସଂଖ୍ୟକ) ନୂଆ ଯବାନଙ୍କୁ ସୀମାର ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛିା ତେବେ ଅତୀତରେ ସଶସ୍ତ୍ର ବାହିନୀର ଯବାନମାନେ କର୍ତ୍ତବ୍ୟରେ ଥାଇ ନିଜ ପ୍ରାଣବଳି ଦେବାର ଅନେକ ଉଦାହରଣ ରହିଛିା ସେହିପରି ଭବିଷ୍ୟତରେ ମଧ୍ୟ ସେମାନେ ନିଜର ଏହି ଉତ୍ସାହ ପ୍ରଦର୍ଶନ କରିବାକୁ ତତ୍ପର ବୋଲି ଶ୍ରୀ ଦେଶାଇ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/itbp-dg.jpg)