କୋଭିଡ ରୋଗୀଙ୍କ ପାଇଁ ମାତ୍ର ୫ ଘଣ୍ଟାରେ ୧ ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଏବେ ପୂରା ଦେଶ କୋଭିଡ-୧୯ର ଦ୍ୱିତୀୟ ଲହର ସହ ଲଢ଼େଇ କରୁଛି । ହସ୍ପିଟାଲରୁ ନେଇ ଶ୍ମଶାନ ପର୍ଯ୍ୟନ୍ତ ହାହାକାର ପଡ଼ିଛି । କେଉଁଠି ରୋଗୀଙ୍କୁ ବେଡ ମିଳୁନାହିଁ ତ କେଉଁଠି ଅକ୍ସିଜେନ । ଏସବୁ ଭିତରେ ଭାରତୀୟ ସେନା ମାତ୍ର ୫ ଘଣ୍ଟାରେ କୋଭିଡ ରୋଗୀଙ୍କ ପାଇଁ ୧ ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରି ସମସ୍ତଙ୍କୁ ଚକିତ କରିଦେଇଛି ।

ରାଜସ୍ଥାନ ବାଡମେର ଜିଲ୍ଲାରେ କ୍ରମାଗତ ଭାବେ ୫ ଦିନ ହେବ ୭୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେମାନଙ୍କ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲମାନଙ୍କରେ ଶର୍ଯ୍ୟାର ଅଭାବ ପଡୁଥିବା ବେଳେ ମୋର୍ଚ୍ଚା ସମ୍ଭାଳିଛି ସେନା । ସେନା ବାଡମେର ପ୍ରଶାସନର ସହାୟତାରେ ମାତ୍ର ୫ ଘଣ୍ଟା ମଧ୍ୟରେ ୧୦୦ ବେଡ ବିଶିଷ୍ଟ ଡାକ୍ତରଖାନା ନିର୍ମାଣ କରିଛି ।

ପୁଣିଥରେ ଭାରତୀୟ ସେନା ଏଭଳି କିଛି କରିଦେଖାଇଛି ଯେଉଁଥିପାଇଁ ସେ ପୂର୍ବରୁ ବେସ୍ ଚର୍ଚ୍ଚିତ ରହିଛି । ବାଡମେର ପ୍ରଶାସନ ସେନାକୁ କହିଥିଲା କି କୋଭିଡ ସଂକ୍ରମଣକୁ ନେଇ ପୂରା ଜିଲ୍ଲା ପ୍ରଶାସନ ଏବେ ବେକାବୁ ହୋଇପଡିଛି । ଏପଟେ ଜିଲ୍ଲାର ସମସ୍ତ ହସ୍ପିଟାଲର ବେଡ ଫୁଲ ହୋଇଯାଇଛି । ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେଣୁ ଏଭଳି ଅବସ୍ଥାରେ ଜିଲ୍ଲା ପାଇଁ ଏକ ଅସ୍ଥାୟୀ ହସ୍ପିଟାଲର ଆବଶ୍ୟକ ରହିଛି ।

ଏସବୁ ଶୁଣିବା ପରେ ସେନାର ୨୫ ଜଣ ଯବାନ ବୁଧବାର ସନ୍ଧ୍ୟା ୫ ଟାରେ ବାଡମେରଠାରେ ଥିବା ସରକାରୀ ଇଞ୍ଜିନିୟରରିଂ କଲେଜରେ ଏକ ଅସ୍ଥାୟୀ କୋଭିଡ ସେଣ୍ଟର ନିର୍ମାଣ କରିବା ଆରମ୍ଭ କରିଥିଲେ । ଅକ୍ଳାନ୍ତ ପରିଶ୍ରମ ପରେ ଏହା ରାତି ୧୦ ଟା ସୁଦ୍ଧା ଅସ୍ଥାୟୀ ହସ୍ପିଟାଲର ପ୍ରସ୍ତୁତ ଶେଷ ହୋଇଯାଇଥିଲା । ଯେଉଁଥିରେ ବେଡ ସହିତ ଅନ୍ୟାନ୍ୟ ସୁବିଧା ବି ଉପଲବ୍ଧ ରହିଛି ।

ସମ୍ବନ୍ଧିତ ଖବର