କୋଲକତା: କୋଲକାତାର ମୈଦାନରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଗତ କିଛି ଦିନ ହେଲା ତୃଣମୂଳ କଂଗ୍ରେସ ପକ୍ଷରୁ ବଙ୍ଗଳା ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଯାତନା ବିରୋଧରେ ପ୍ରତିବାଦ କରାଯାଉଥିଲା। ଏହି ସଭାସ୍ଥଳକୁ ସେନାପକ୍ଷରୁ ସୋମବାର ଭାଙ୍ଗି ଦିଆଯାଇଥିବାବେଳେ ଟିଏମ୍ସି ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ କରାଯାଇଛି। ସେନାକୁ ବିଜେପି ହାତରେ ସଖୀ କଣ୍ଢେଇ ନହେବାକୁ ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ପରାମର୍ଶ ଦେଇଛନ୍ତି। ପ୍ରତିରକ୍ଷା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମୈଦାନ ଅଞ୍ଚଳରେ କୌଣସି କାର୍ଯ୍ୟକ୍ରମ ପାଇଁ ସେନା ପକ୍ଷରୁ ସାଧାରଣତଃ ଦୁଇଦିନିଆ ଅନୁମତି ଦିଆଯାଇଥାଏ। ତିନିଦିନିଆ କାର୍ଯ୍ୟକ୍ରମ ପାଇଁ ପ୍ରତିରକ୍ଷା ମନ୍ତ୍ରାଳୟଠାରୁ ଅନୁମତି ଆଣିବାକୁ ପଡ଼ିଥାଏ। କିନ୍ତୁ ଏଠାରେ ସଭାସ୍ଥଳ ମାସେ ପାଖାପାଖି ହେଲା ରହିଛି। ମଞ୍ଚ ହଟାଇବାକୁ ଆୟୋଜକଙ୍କୁ ବାରମ୍ବାର କୁହାଯିବା ସତ୍ତ୍ବେ ସେମାନେ ଏହାକୁ ହଟାଉନଥିଲେ। ତେଣୁ ସେନା ହଟାଇ ଦେଇଛି। ସଭାସ୍ଥଳ ଭଙ୍ଗାଯିବା ସମୟରେ ପୁଲିସ ମୁତୟନ ଥିଲା। ମମତା କହିଛନ୍ତି, ବିଜେପି ସେନାକୁ ଏହାର ସଖୀ କଣ୍ଢେଇ କରିଛି। ଏଥିପାଇଁ ମୁଁ ସେନାକୁ ଦାୟୀ କରୁନି, କିନ୍ତୁ ଏହା ବିଜେପିର ପ୍ରତିଶୋଧପରାୟଣ ରାଜନୀତି। ସେନାକୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିବା ଅନୈତିକ ଓ ଅଗଣତାନ୍ତ୍ରିକ ବୋଲି ମମତା କହିଛନ୍ତି।
ଟିଏମ୍ସି ସଭାସ୍ଥଳ ଭାଙ୍ଗିଦେଲା ସେନା
କୋଲକାତାର ମୈଦାନରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଗତ କିଛି ଦିନ ହେଲା ତୃଣମୂଳ କଂଗ୍ରେସ ପକ୍ଷରୁ ବଙ୍ଗଳା ଭାଷାଭାଷୀ ପ୍ରବାସୀ ଶ୍ରମିକଙ୍କ ଉପରେ ନିର୍ଯାତନା ବିରୋଧରେ ପ୍ରତିବାଦ...
/sambad/media/media_files/2025/09/02/untitled-3-2025-09-02-07-33-33.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)