ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀର ସେନାକୁ ବଡ଼ ସଫଳତା । ଲଗାତାର ୪୮ ଘଣ୍ଟା ଅପରେସନରେ ୬ ଜଣ ଆତଙ୍କୀଙ୍କୁ ନିପାତ କରିଛି ସେନା । ଏନେଇ ଆଜି ସେନା ଏବଂ ଜମ୍ମୁ କଶ୍ମୀର ପୁଲିସ ପକ୍ଷରୁ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଜାମ୍ମୁ କଶ୍ମୀର ସୋଫିଆନ ଅଞ୍ଚଳରେ ୪୮ ଘଣ୍ଟା ଭିତରେ ଦୁଇଟି ସଫଳ ଅପରେସନ ହୋଇଥିବା ନେଇ କଶ୍ମୀର ଆଇଜି ଭିକେ ବିରଡି କହିଛନ୍ତି । କେରାନ ଏବଂ ତ୍ରାଲ ଅଞ୍ଚଳରେ ଦୁଇଟି ଅପରେସନରେ ୬ ଆତଙ୍କୀଙ୍କୁ ନିପାତ କରିଛି ସେନା । ପୂରା ଆତଙ୍କବାଦୀଙ୍କୁ ସଫା କରିବାକୁ ସେନା ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି କଶ୍ମୀର ଆଇଜି।
ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜମ୍ମୁ- କାଶ୍ମୀର ଘାଟିରେ ଲଗାତାର ସର୍ଚ୍ଚ ଅପରେସନ୍ ଲାଗି ରହିଛି। ନିକଟରେ ପହଲଗାମ ଆକ୍ରମଣ କରିଥିବା ଆତଙ୍କୀ ସେନା ନିପାତ କରିଥିବା ଆସିଥିଲା । ଏହାପରେ ବି ସେଠାରେ ଏକାଧିକ ଆତଙ୍କୀ ଛପି ରହିଥିବା ସୂଚନା ଥିବାରୁ ସେଠାରେ ଏବେବି ସର୍ଚ୍ଚ ଅପରେସନ୍ ଜାରି ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/05/16/ElWhlTkQbQ3MRMnq9pq5.jpg)