ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ସେନା ଗୁଳିରେ ଜଣେ ସଂଦିଗ୍ଧ ଟ୍ରକ୍ ଡ୍ରାଇଭର ମୃତ୍ୟୁବରଣ କରିଛି। ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ଟ୍ରକ୍ ଚାଳକ ତା ଗାଡ଼ିକୁ ଅଟକାଇ ନ ଥିଲା ଏବଂ ଚେକ୍ ପଏଣ୍ଟ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲା । ଏହା ପରେ ବାଧ୍ୟ ହୋଇ ଗୁଳି ଚଳାଯାଇଥିବା ବୋଲି ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି।
ସେନା ପକ୍ଷରୁ କୁହାଯାଇଛି ଯେ ଟ୍ରକ୍ ଚାଳକ କେବଳ ବାରମ୍ବାର ଚେତାବନୀକୁ ଅଣଦେଖା କରିନଥିଲା ବରଂ ଗାଡ଼ିର ବେଗ ବୃଦ୍ଧି କରି ଚେକ୍ ପଏଣ୍ଟ ଅତିକ୍ରମ କରିବାକୁ ଉଦ୍ୟମ କରିଥିଲା। ଟ୍ରକଟି ଚେକ୍ ପଏଣ୍ଟ ଅତିକ୍ରମ କରିବା ପରେ ସେନା ଯବାନମାନେ ଏହାକୁ ୨୩ କିଲୋମିଟରରୁ ଅଧିକ ସମୟ ଧରି ପିଛା କରିଥିଲେ। ତଥାପି ଡ୍ରାଇଭର ଅଟକି ନଥିଲା । ଫଳରେ ବାଧ୍ୟହୋଇ ସେନା ଟ୍ରକ ଉପରକୁ ଗୁଳିମାଡ଼ କରିଥିଲା । ଏହି ଗୁଳିମାଡ଼ରେ ଡ୍ରାଇଭର ମୃତ୍ୟୁବରଣ କରିଥିଲା ।
ଭାରତୀୟ ସେନାର ଚିନାର କର୍ପସ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏକ ପୋଷ୍ଟରେ କହିଛି, ଆତଙ୍କବାଦୀ କାର୍ଯ୍ୟକଳାପ ସମ୍ପର୍କିତ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ୨୦୨୫ ଫେବ୍ରୁଆରି ୫ ତାରିଖରେ ସୁରକ୍ଷା ବାହିନୀ ଦ୍ୱାରା ଏକ ମୋବାଇଲ୍ ଭେଇକିଲ୍ ଚେକ୍ ପୋଷ୍ଟ (ଏମ୍ଭିସିପି) ପ୍ରତିଷ୍ଠା କରାଯାଇଥିଲା। ଏକ ସନ୍ଦିଗ୍ଧ ବେସାମରିକ ଟ୍ରକ୍ ଦ୍ରୁତ ଗତିରେ ଆସୁଥିବା ଦେଖିବାକୁ ମିଳିଥିଲା। ବାରମ୍ବାର ଚେତାବନୀ ଦେବା ସତ୍ତ୍ୱେ ଟ୍ରକ୍ ଟି ଅଟକି ନଥିଲା ଏବଂ ଚେକ୍ ପୋଷ୍ଟ ଅତିକ୍ରମ କରିବା ସମୟରେ ଡ୍ରାଇଭର ଏହାର ବେଗ ବଢ଼ାଇଥିଲେ।
ସଚେତନ ଯବାନମାନେ ୨୩ କିଲୋମିଟରରୁ ଅଧିକ ସମୟ ଧରି ଗାଡିକୁ ପିଛା କରିଥିଲେ । ଟାୟାରକୁ ଟାର୍ଗେଟ କରି ଗୁଳି ଚାଳନା କରାଯାଇଥିବାରୁ ଗାଡ଼ିଟି ସଂଗ୍ରାମା ଛକରେ ଅଟକି ଯାଇଥିଲା। ବହୁ ଖୋଜାଖୋଜି ପରେ ଆହତ ଡ୍ରାଇଭରଙ୍କୁ ସୁରକ୍ଷା ବାହିନୀ ତୁରନ୍ତ ବାରାମୁଲାର ସରକାରୀ ମେଡିକାଲ କଲେଜ (ଜିଏମସି) କୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/06/c2CiNnHVxG1vjowQxnor.jpg)