ଜମ୍ମୁ: ଗୁରୁବାର ଦିନ ଜମ୍ମୁ ଏବଂ କଶ୍ମୀରର ପୁଞ୍ଚ ଜିଲ୍ଲାସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ସେନା ଏକ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରାଇଛି।
ସଜାଗ ଥିବା ସେନାବାହିନୀ ସୈନିକମାନେ ଗୁରୁବାର ପ୍ରତ୍ୟୁଷରେ ନିୟନ୍ତ୍ରଣ ରେଖା ନିକଟରେ ଥିବା ବାଲାକୋଟ୍ ଅଞ୍ଚଳରେ ସନ୍ଦେହଜନକ ଚଳପ୍ରଚଳ ଦେଖିଥିଲେ।
ସୈନିକମାନେ ଗୁଳି ଚଳାଇବାରୁ ଅନୁପ୍ରବେଶକାରୀ ଆତଙ୍କବାଦୀମାନେ ପାକିସ୍ତାନ ପଟକୁ ପୁଣି ଫେରି ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/ia.jpg)