ଶ୍ରୀନଗର: ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲେ ଭାରତୀୟ ସେନା। ଆତଙ୍କବାଦୀଙ୍କୁ ମିଳିଲା ମୁହଁତୋଡ଼ ଜବାବ। ସେନା ଗୁଳିଲେ ଟଳିଲେ ୨ଆତଙ୍କବାଦୀ। ଗୁରୁବାର ଭାରତ ସୀମାକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ୨ଜଣଙ୍କ ଜୀବନ ଯାଇଥିବା ଜଣାଯାଇଛି। ଜମ୍ମୁ-କଶ୍ମୀର ବନ୍ଦିପୋରାରେ ଘଟିଛି ଏହି ଘଟଣା। ନୌଶେରାର ଗୁରେଜ୍ ସେକ୍ଟରରେ ମଧ୍ୟ ସେନା ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଅପରେସନ୍ ସିନ୍ଦୂର ପରଠାରୁ ସେନା ଅନେକ ଆତଙ୍କବାଦୀଙ୍କୁ ନିହତ କରିଛି।
ସୂଚନା ମିଳିଛି ଯେ, ମୃତ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ ରେଖା ନିକଟରେ ଦେଖାଯାଇଥିଲା, ସେମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହା ଦେଖି ରୋକିବା ପାଇଁ ଉଦ୍ୟମ କରିବାରୁ ଆତଙ୍କବାଦୀମାନେ ଯବାନଙ୍କ ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବରେ ସେନା ପାଲଟା ଗୁଳିଚାଳନା କରିବାରୁ ୨ଆତଙ୍କବାଦୀଙ୍କ ଜୀବନ ଯାଇଥିଲା।
OP NAUSHERA NAR IV, Bandipora
— Chinar Corps🍁 - Indian Army (@ChinarcorpsIA) August 28, 2025
Based on intelligence provided by JKP regarding likely infiltration attempt, a joint operation was launched by #IndianArmy and @JmuKmrPolice in Gurez Sector. Alert troops spotted suspicious activity and challenged, which resulted in terrorists… pic.twitter.com/Jd6e1uHdpd
ଏହି ଅଭିଯାନ ବିଷୟରେ ସୂଚନା ଦେଇ ଭାରତୀୟ ସେନାର ଚିନାର କୋର୍ପସ ଏକ୍ସ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି ଯେ, "ଜମ୍ମୁ ଏବଂ କଶ୍ମୀର ପୁଲିସ ସମ୍ଭାବ୍ୟ ଅନୁପ୍ରବେଶ ପ୍ରୟାସ ବିଷୟରେ ଗୁପ୍ତ ସୂଚନା ପ୍ରଦାନ କରିଥିଲା। ଏହାକୁ ଆଧାର କରି, ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୁଲିସ ଗୁରେଜ ସେକ୍ଟରରେ ଏକ ମିଳିତ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ଅନୁପ୍ରବେଶ କରୁଥିବା ଆତଙ୍କବାଦୀ ଗୁଳି ଚଳାଇବାରୁ ସେନା ଯବାନ ପାଲଟା ଗୁଳିଚାଳନା କରିଥିଲେ, ଯାହାଫଳରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଅଭିଯାନ ଏବେ ବି ଜାରି ରହିଛି।"