କାଠୁଆ: ଜମ୍ମୁ-କଶ୍ମୀର କାଠୁଆରେ ଥିବା ରଞ୍ଜିତ ସାଗର ଡ୍ୟାମ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ସୂଚନା ପାଇବା ପରେ ସୁରକ୍ଷାବାହିନୀକୁ ଘଟଣା ସ୍ଥଳରେ ନିୟୋଜିତ କରାଯାଇଛି ।

Advertisment

ଦୁର୍ଘଟଣାରେ କେତେଜଣଙ୍କର ମୃତ୍ୟୁ ହୋଇଛି ଏନେଇ କିଛି ବିଶେଷ ସୂଚନା ମିଳିପାରି ନଥିବା ବେଳେ ଏନଡିଆରଏଫ୍ ଟିମ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ, ଆଜି ସକାଳ ୧୦.୨୦ ମିନିଟ ସମୟରେ ଭାରତୀୟ ସେନାର ହେଲିକପ୍ଟର ୨୫୪ ଆର୍ମି ଏଭିଏନ ସ୍କ୍ୱାର୍ଡନ ମାମୁନ କ୍ୟଣ୍ଟନମେଣ୍ଟଠାରୁ ଉଡ଼ାଣ ଆରମ୍ଭ କରିଥିଲା । ଡ୍ୟାମ ନିକଟରେ ହେଲିକପ୍ଟରଟି କମ ଉଚ୍ଚତାରେ ଉଡୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ।

ଏହି ଦୁର୍ଘଟଣାର ସୂଚନା ପାଇବା ପରେ ଏନଡିଆରଏଫ୍ ଟିମ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କାଠୁଆ ଜିଲ୍ଲା ଏଏସପି ଆରସି କୋତୱାଲଙ୍କ ମୁତାବକ ଏବେ ହ୍ରଦ ଓ ପାହାଡ଼ ନିକଟରେ ସର୍ଚ୍ଚ ଅପରେସନ ଜାରି ରହିଛି । ହେଲେ କ୍ଷତି ବାବଦରେ ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ ।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଆରମ୍ଭରେ ବି ଜମ୍ମୁରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ଶିକାର ହୋଇଥିଲେ । ହେଲେିକପ୍ଟରରେ ଥିବା ୨ ଜଣ ପାଇଲଟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା ।