ଆର୍ଥିକ ସ୍ଥିତି ଏପରି ହୋଇଛି ଯେ ସେନା ହେଲିକପ୍ଟରକୁ ଭଡାରେ ଲଗାଉଛନ୍ତି ଏହି ଦେଶର ସରକାର

ନୂଆଦିଲ୍ଲୀ: ପଶ୍ଚିମ ଏସୀୟ ଦେଶ ଲେବାନନର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଛି ଯେ ଏହାର ପ୍ରଭାବ ବର୍ତ୍ତମାନ ଲେବାନନର ସେନା ଉପରେ ମଧ୍ୟ ପଡିଛି | ଆଉ ଏଥିପାଇଁ ଏବେ ସେନା ହେଲିକପ୍ଟରକୁ ପର୍ଯ୍ୟଟକଙ୍କ ପାଇଁ ଭଡାରେ ଲଗାଉଛନ୍ତି | ରିପୋର୍ଟ ଅନୁଯାୟୀ, ଲେବାନନ ସେନା ଏକ ସରକାରୀ ବିବୃତ୍ତିରେ କହିଛି ଯେ ସାଧାରଣ ନାଗରିକ ବା ପର୍ଯ୍ୟଟକଙ୍କୁ ସେନା ବିମାନରେ ୧୫ ମିନିଟ ଧରି ବୁଲାଇବ | ଆକାଶରୁ ନାଗରିକମାନେ ଲେବାନନକୁ ଦେଖିବାର ସୁଯୋଗ ଦିଆଯିବ ବୋଲି ଲେବାନନ ସେନା ପକ୍ଷରୁ କୁହାଯାଇଛି |

ତେବେ ଏଥିପାଇଁ ଲୋକଙ୍କୁ ଟଙ୍କା ଦେବାକୁ ପଡିବ | ପ୍ରତି ଥର ବିମାନରେ ସର୍ବାଧିକ ତିନି ଜଣ ଲୋକ ବୁଲିପାରିବେ ଓ ଏଥିପାଇଁ ୧୫୦ ଡଲାର ଦେବାକୁ ପଡିବ | ବାୟୁସେନାକୁ ଆର୍ଥିକ ସମର୍ଥନ କରିବାକୁ ଏଭଳି କରାଯାଇଥିବା କୁହାଯାଇଛି ।

ସେହିପରି ଆର୍ଥିକ ସଙ୍କଟ ପାଇଁ ସେନାର ବଜେଟକୁ ହ୍ରାସ କରାଯାଇଛି । ସେହିପରି ବିଶ୍ୱ ବ୍ୟାଙ୍କ ପୂର୍ବାନୁମାନ କରିଛି ଯେ ବର୍ତ୍ତମାନ ଲେବାନନ ଗତ ୧୫୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ଅବସ୍ଥାରେ ଅଛି। ଏହା ବ୍ୟତୀତ ଗତ ୨୦ ମାସ ଧରି ଲେବାନନରେ ଆର୍ଥିକ ସଙ୍କଟ ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇଯାଇଛି | ଅର୍ଥନୀତିର ଅବନତି ହେତୁ ଅନେକ ସ୍ଥାନରେ ପ୍ରଦର୍ଶନ ଏବଂ ଦଙ୍ଗା ମଧ୍ୟ ଚାଲିଛି।

ସମ୍ବନ୍ଧିତ ଖବର