ପରିସ୍ରା ଲାଗିବାରୁ ଅଷ୍ଟ୍ରେଲିଆରେ ଜଳିଗଲା ହଜାର ହଜାର ଏକର ଜଙ୍ଗଲ, ଘଟଣା କ’ଣ ଜାଣନ୍ତୁ

କାନବେରା : ଅଷ୍ଟ୍ରେଲିଆର କାନବେରାରେ ଗତ ୨୦୨୦ ମସିହାରେ ଲାଗିଥିବା ଭୟଙ୍କର ଜଙ୍ଗଲ ନିଆଁର ଭୟାବହତା ଏବେ ବି ଲୋକମାନଙ୍କୁ ମନରୁ ଲିଭିନାହିଁ । ଏହି ପ୍ରଳୟଙ୍କରୀ ନିଆଁରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୫ ଶହ ଲୋକ ପ୍ରାଣ ହରାଇଥିବାବେଳେ ହଜାର ହଜାର ହେକ୍ଟର ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଥିଲା । ଅନେକ ଲୋକ ଏହି ନିଆଁ ପାଇଁ ବିଜୁଳି ମାରିବା, ପ୍ରାକୃତିକ କାରଣକୁ ଦାୟୀ କରୁଥିବାବେଳେ ଏବେ ତାହାର ପ୍ରକୃତ କାରଣ ଜଣାପଡ଼ିଛି ।

ଏହି ଭୟଙ୍କର ନିଆଁର କାରଣ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଙ୍ଗଲ ଉପରେ ଉଡ଼ୁଥିବା ଏକ ସେନା ହେଲିକପ୍ଟରରେ ବସିଥିବା କିଛି ସେନା କର୍ମଚାରୀଙ୍କୁ ପରିସ୍ରା ଲାଗିଲା । ଏହା ଫଳରେ ହେଲିକପ୍ଟରକୁ ଜଙ୍ଗଲରେ ଓହ୍ଲାଇବାକୁ ପଡ଼ିଥିଲା । ହେଲିକପ୍ଟରକୁ ଓହ୍ଲାଇ ସମସ୍ତେ ପରିସ୍ରା କରିବାକୁ ଯାଇଥିବାବେଳେ ପାଇଲଟ୍ କିନ୍ତୁ ହେଲିକାପ୍ଟରରେ ଲାଗିଥିବା ଉଚ୍ଚ କ୍ଷମତା ସଂପନ୍ନ ସର୍ଚ୍ଚ ଲାଇଟକୁ ଲିଭାଇବାକୁ ଭୁଲିଯାଇଥିଲେ । ଏହି ହେଲିକାପ୍ଟର ପ୍ରାୟ ୫୫୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଗରମ ହୋଇପାରେ । ପୁଣି ଲାଇଟଟି ଭୂମି ନିକଟରେ ଥିବାରୁ ପ୍ରବଳ ତାପରୁ ଶୁଖିଲା ପତ୍ର ଓ ଘାସରେ ନିଆଁ ଲାଗିଯାଇଥିଲା । ହେଲିକାପ୍ଟରର ଲୋକମାନେ ନିଆଁ ଲାଗିଥିବା ସଂପର୍କରେ ଜାଣିଥିଲେ ବି କଣ୍ଟ୍ରୋଲ ରୁମକୁ ପ୍ରାୟ ୪୦ ମିନିଟ ବିଳମ୍ବରେ ଜଣାଇଥିଲେ । ସେତେବେଳକୁ ନିଆଁ ଆୟତ୍ତବାହାରକୁ ଚାଲିଗଲାଣି ।

ଏବେ ଅଷ୍ଟ୍ରେଲିଆର ଏକ କୋର୍ଟରେ ଏ ସଂପର୍କରେ ଆଗତ ଏକ ମାମଲାର ଶୁଣାଣି ବେଳେ ଜଣେ ଓକିଲ ହେଲିକାପ୍ଟରର ଭଏସ ରେକର୍ଡର ଦାଖଲ କରିଥିଲେ । ଏଥିରୁ ହିଁ ସବୁ କଥା ସ୍ପଷ୍ଟ ହୋଇଯାଇଥିଲା ।

 

ସମ୍ବନ୍ଧିତ ଖବର