ଜମ୍ମୁ-କଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ପାଇଲଟ ଆହତ

ଜମ୍ମୁ: ଜମ୍ମୁ-କଶ୍ମୀରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଦୁଇ ଜଣ ପାଇଲଟ ଥିବା ସେନା ହେଲିକପ୍ଟରଟି ଜମ୍ମୁ-କଶ୍ମୀରର ଉଦ୍ଧମପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସୂଚନା ମିଳିଛି। ଏହି ଘଟଣା ପରେ ହେଲିକପ୍ଟରରେ ଥିବା ଦୁଇ ଜଣ ପାଇଲଟ ଆହତ ହୋଇଛନ୍ତି। ପୁଲିସ କହିଛି ଯେ, ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ଅତ୍ୟଧିକ କୁହୁଡି ଥିବାରୁ ଦୃଶ୍ୟମାନତା ହ୍ରାସ ପାଇଥିଲା। ହୁଏତ ଏହା ଦୁର୍ଘଟଣାର କାରଣ ହୋଇପାରେ।

ଉଦ୍ଧମପୁରର ଡିଆଇଜି ସୁଲେମାନ ଚୌଧୁରୀ କହିଛନ୍ତି ଯେ, ପୁଲିସ ସୂଚନା ପାଇବା ପରେ ପୁଲିସ ଟିମକୁ ଶିବ ଗର ଧରକୁ ପଠାଯାଇଛି। ଖରାପ ପାଗ ଯୋଗୁଁ ସେନା ହେଲିକପ୍ଟର ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତେବେ ଚପରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ନା ପାଇଲଟ ଏହାକୁ ‘କ୍ରାସ ଲ୍ୟାଣ୍ଡିଂ’ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଭୟ ପାଇଲଟ ଏବଂ ସହ-ପାଇଲଟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି।

ଏହା ପୂର୍ବରୁ ଅଗଷ୍ଟ ୩ରେ ଜମ୍ମୁ-କଶ୍ମୀରର କଠୁଆର ରଣଜିତ ସାଗର ଡ୍ୟାମ ହ୍ରଦରେ ଭାରତୀୟ ସେନାର ଆଉ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସମ୍ବନ୍ଧିତ ଖବର