କୋହିମା: ନାଗାଲାଣ୍ଡକୁ ଲାଗିଥିବା ମିଅାଁମାର ସୀମାନ୍ତ ଅଞ୍ଚଳରେ ବୁଧବାର ସକାଳୁ ଭାରତୀୟ ସେନା ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଭୋର ସକାଳ ୪ଟା ୪୫ରେ ସେନା ପକ୍ଷରୁ ୨୭ ମାସ ପରେ ଏଭଳି ବଡ଼ ଧରଣର ଅପରେସନ୍ ଆରମ୍ଭ କରାଯାଇଛି। ଏଥିରେ ସେନା ଓ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯବାନଙ୍କ ଗୁଳିରେ ଲଙ୍ଗଖୁ ଗ୍ରାମ ନିକଟରେ ବହୁ ଉଗ୍ରବାଦୀ ନିହତ ହୋଇଥିବା ଅନୁମାନ କରାଯାଉଛି। ଭାରତୀୟ ଯବାନମାନେ ଉଗ୍ରବାଦୀଙ୍କ ଶିବିରକୁ ଭାଙ୍ଗି ଦେଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି। ଭାରତ-ମିଅାଁମାର ସୀମାରୁ ୧୦-୧୫ କିମି ଦୂରରେ ଏହି ଘଟଣା ଘଟିଛି।
ମିଅାଁମାର ସୀମାରେ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ, ବହୁ ନାଗା ଉଗ୍ରବାଦୀ ନିହତ
ଉଗ୍ରବାଦୀଙ୍କ ଶିବିର ଭାଙ୍ଗିଲେ ଭାରତୀୟ ଯବାନ
/sambad/media/post_attachments/wp-content/uploads/2017/09/surgical-strik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)