‘ମୋ ଝିଅକୁ ବାଡେଇଲ କାହିଁକି’ କହି ସ୍କୁଲରେ ଗୁଳି ଫୁଟାଇଲେ ଯବାନ

ଜୟପୁର: ଝିଅକୁ ବାଡେଇବାରୁ କ୍ରୋଧିତ ହେଲେ ବାପା | ଆଉ ଝିଅକୁ ମାଡ ମାରିଥିବା ଶିକ୍ଷକଙ୍କୁ ଏହାର ଜବାବ ଦେବାକୁ ସ୍କୁଲରେ ଗୁଳି ଫୁଟାଇଲେ ଯବାନ | ରାଜସ୍ଥାନର ଭରତପୁର ଜିଲ୍ଲାର ସ୍କୁଲରେ ଏମିତି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ପୁଲିସ କହିଛି ଯେ ଏହି ଘଟଣା କାନୱାଡା ଗ୍ରାମରେ ଘଟିଛି | ଯେଉଁଠାରେ ଜଣେ ସ୍କୁଲ ଶିକ୍ଷକ ସେନା ଯବାନ ପପୁ ଗୁଜରଙ୍କ ଝିଅ ହୋମୱାର୍କ କରିନଥିବାରୁ ଚାପୁଡ଼ା ମାରିଥିଲେ ।

ଆଉ ଏହି ଘଟଣାକୁ ନେଇ ଯବାନ ସୋମବାର ବିଦ୍ୟାଳୟର ନିର୍ଦ୍ଦେଶକଙ୍କୁ ଭେଟିବାକୁ ଯାଇଥିଲେ। ସେ ତାଙ୍କ ସହ ଲାଇସେନ୍ସପ୍ରାପ୍ତ ବନ୍ଧୁକ ନେଇ ସ୍କୁଲକୁ ନେଇଥିଲେ। ଏହା ପରେ ସ୍କୁଲ କର୍ତୃପକ୍ଷଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା | ତେବେ ଏହାକୁ ନେଇ ପପୁ ଉତକ୍ଷିପ୍ତ ହୋଇଯାଇଥିଲେ | ଆଉ ପପୁ ହଠାତ ଗୁଳି ଚଳାଇଦେଇଥିଲେ |

ଏଥିରେ ସ୍କୁଲ ଅପରେଟରଙ୍କ ପତ୍ନୀ ହାତରେ ଗୁଳି ବାଜିଥିଲା । ଏଥିରେ ମହିଳା ଜଣକ ଆହତ ହୋଇଥିଲେ। ଏହା ପରେ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ଥାନା ଅଧିକାରୀ ଦୌଲତ ସିଂହ କହିଛନ୍ତି ଯେ ଅଭିଯୁକ୍ତ ଯବାନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଖୋଜାଚାଲିଛି ।

ସମ୍ବନ୍ଧିତ ଖବର