ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସୋପିଆଁ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଆହତ ହୋଇଥିବା ଜଣେ ସେନା ଯବାନ ସହିଦ ହୋଇଥିବା କଥା ପୁଲିସ କହିଛି।
ପୁଲିସ ମୁଖପାତ୍ର କହିଛନ୍ତି: ଆହତ ସେନା ଯବାନ ରୋହିତ କୁମାର ଯାଦବ ସହିଦ ହୋଇ ଯାଇଛନ୍ତି।
ଗୁରୁବାର ଦିନ ସୋପିଆଁର ହାଣ୍ଡିଉ ଅଞ୍ଚଳରେ ତିନି ଜଣ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ସମୟରେ ଯାଦବ ସାଙ୍ଘାତିକ ଆହତ ହୋଇଥିଲେ। ସେ ତିନିଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା।
ନିହତ ଆତଙ୍କବାଦୀମାନେ ହେଲେ ୟାଓ୍ଵାର୍ ଅହମଦ ଦର, ଶକୀଲ ଅହମ୍ମଦ ଏବଂ ଇସ୍ତିଆକ୍ ଭଟ। ସେମାନେ ହିଜ୍ବୁଲ୍ ମୁଜାହିଦୀନ୍ ସଙ୍ଗଠନ ସହ ଅନୁବନ୍ଧିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/army.jpg)