ଜମ୍ମୁ ଓ କଶ୍ମୀର: ଉରି ଠାରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ରବିବାର ଦିନ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ବାରମୂଳାର ଉରି ସେକ୍ଟର୍‌ସ୍ଥିତ ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ସେନାବାହିନୀର ଜଣେ ଯବାନ ସହିଦ ହୋଇଛନ୍ତି।

ଭାରତୀୟ ସେନାବାହିନୀ କର୍ମଚାରୀଙ୍କ କହିବା ଅନୁସାରେ, ଉରି ସେକ୍ଟର୍‌ରେ ପାକିସ୍ତାନୀ ସୈନିକମାନେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ପୋଷ୍ଟ୍‍ ଉପରକୁ ଅଚାନକ ଗୁଳି ଚଳାଇଥିଲେ। ପାକିସ୍ତାନୀ ଗୁଳି ଚୋଟରେ ଆହତ ହୋଇଥିବା ଭାରତୀୟ ସେନା ଯବାନଜଣଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ନିମନ୍ତେ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

Image Source: India Today

ଭାରତ ପାକିସ୍ତାନୀ ସେନାଙ୍କ ଗୁଳି ଚାଳନାର ଠିକଣା ଜବାବ ମଧ୍ୟ ଦେଇଥିବା କଥା ସେନା କର୍ମଚାରୀମାନେ କହିଛନ୍ତି।

ପୂର୍ବରୁ, ବିଳମ୍ବିତ ଶୁକ୍ରବାରେ ପାକିସ୍ତାନ ହିରନାଗର ସେକ୍ଟର୍‌ରେ ଅପ୍ରତ୍ୟାଶିତ ଗୁଳି ଚାଳନା କରିବାରୁ ତହିଁ ଆର ଦିନ ସକାଳ ଯାଏଁ ସେଠାରେ ଗୁଳି ବିନିମୟ ଘଟିଥିଲା।

୨୦୧୮ ତୁଳନାରେ ଏ ବର୍ଷ ପାକିସ୍ତାନ ପଟୁ ଅସ୍ତ୍ର ବିରତି ଉଲ୍ଲଂଘନ ଖୁବ୍‌ ବଢ଼ି ଯାଇଛି। ୨୦୧୯ ଅକ୍ଟୋବର ୧୦ ତାରିଖ ସୁଦ୍ଧା ପାକିସ୍ତାନ ପଟୁ ୨୩୧୭ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି ଏବଂ ୧୪୭ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।

୨୦୧୮ରେ ୧୬୨୯ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା।

ସମ୍ବନ୍ଧିତ ଖବର