ଜମ୍ମୁ ଓ କଶ୍ମୀର: ପାକିସ୍ତାନର ସେଲିଙ୍ଗ୍ ମାଡ଼ରେ ଭାରତୀୟ ଯବାନ ସହିଦ, ସାଧାରଣ ନାଗରିକ ଆହତ

ଶ୍ରୀନଗର: ବୁଧବାର ରାତିରେ ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନ ପଟୁ ସେଲିଙ୍ଗ୍ ନିକ୍ଷେପ କରାଯିବାରୁ ଜଣେ ଯବାନ ସହିଦ ହୋଇଛନ୍ତି ଓ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି।

ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି, ରାଜୗରି ଏବଂ ପୁଞ୍ଚ ଜିଲ୍ଲା ମଧ୍ୟ ଦେଇ ପଡ଼ିଥିବା ନିୟନ୍ତ୍ରଣ ରେଖାର ତାରକୁଣ୍ଡି ସେକ୍ଟର୍‌ରେ ବୁଧବାର ବିଳମ୍ବିତ ରାତ୍ରୀରେ ପାକିସ୍ତାନୀ ସୈନିକମାନେ ଭୀଷଣ ଗୁଳିଗୋଳା ଚଳାଇବାରୁ ଜଣେ କର୍ତ୍ତବ୍ୟରତ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏହି ଅକାରଣ ଗୁଳି ଚାଳନା ଏବଂ ସେଲିଙ୍ଗ୍ କ୍ଷେପଣ ବିରୋଧରେ ଭାରତ ଦୃଢ଼ ଭାବେ ପାଲଟା ଜବାବ ଦେଇଛି।

Image Courtesy of Indian Defence News

ଆହତ ହୋଇଥିବା ସାଧାରଣ ନାଗରିକଜଣକ ହେଉଛନ୍ତି ରାଜଧାନୀ ଗ୍ରାମର ବାସିନ୍ଦା ୩୫ ବର୍ଷିୟ ନୟାମତୁଲ୍ଲା। ମୋର୍ଟାର୍ ସେଲ୍‌ର ଧାତବ ଟୁକୁରା ବାଜି ସେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ଓ ସେ ବିପଦ ମୁକ୍ତ ଅଛନ୍ତି ବୋଲି ରାଜୌରି ଜିଲ୍ଲାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଚନ୍ଦନ କୋହଲି କହିଛନ୍ତି।

 

 

ସମ୍ବନ୍ଧିତ ଖବର