ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲାର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନରେ ଜଣେ ସେନା ଯବାନ ସହିଦ ହୋଇଛନ୍ତି। ପାକିସ୍ତାନୀମାନେ ଏପିରି ଅଚାନକ ଭାବେ ଗୁଳିଚାଳନା କରିବା ପରେ ଆହୁରି ୪ ଜଣ ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ପରେ ଭାରତୀୟ ସେନା ଯବାନ ବି ପାଲଟା ଜବାବ ଦେଇଛନ୍ତି।
ପୁଞ୍ଚ୍ର କ୍ରିଷ୍ଣାଘାଟୀଠାରେ ଦିନ ପ୍ରାୟ ୧୧ଟାରେ ପାକ୍ ସେନା ନିୟନ୍ତ୍ରଣ ରେଖା ପାର୍ କରି ଅସ୍ତ୍ର ବିରତି ଉଲ୍ଲଂଘନ କରିଥିବା ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ପାକିସ୍ତାନ ଅଭିଯୋଗ ଆଣି କହଥିଲା ଯେ ଭାରତୀୟ ସେନା ଯବାନ ପାକ୍ର ୩ ଜଣ ସେନା ଯବାନଙ୍କୁ ନିହତ କରିଛନ୍ତି। ଅଭିଯୋଗ ଆଣିବା ସହ ପାକ୍ ଭାରତୀୟ ଉଚ୍ଚ ଆୟୋଗଙ୍କ ନିକଟକୁ ଏକ ସମନ ମଧ୍ୟ ପଠାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/contentment-suchetgarh-international-patrolling-secretary-international-personnel_04a2a958-c326-11e9-b964-dfb37bdfef35.jpg)