ପାଟନା: ଭାରତୀୟ ସେନାବାହିନୀର ୨ ସେନାଯବାନଙ୍କ ମୃତଦେହ ପାଟନାର ଏକ ଭଡ଼ାଘରୁ ଉଦ୍ଧାର ହୋଇଛି। ପାଟନାର ଦାନାପୁର କ୍ୟାଣ୍ଟନମେଣ୍ଟ୍ ଅଞ୍ଚଳ ନିକଟସ୍ଥ ଜଜ୍ କଲୋନିର ଏକ ଭଡ଼ା ଘରୁ ପାଟନା ପୁଲିସ ୨ଯବାନଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ଯବାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସନ୍ତୋଷ କୁମାର ସିଂହ ଏବଂ ଅନ୍ୟ ଜଣେ ରିଙ୍କେଶ କୁମାର ସିଂହ। ରିଙ୍କେଶ ବିହାର ରେଜିମେଣ୍ଟ ସେଣ୍ଟର (ବିଆରସି)ର ରେକ୍ସର୍ଡସ ସେକ୍ସନ୍ରେ କାର୍ଯ୍ୟରତ ଥିଲେ ଏବଂ ସନ୍ତୋଷ ବିହାର ରେଜିମେଣ୍ଟ୍ର ଜଣେ ସୈନିକ ଥିଲେ ଏବଂ ତାଙ୍କ କାର୍ଯ୍ୟସ୍ଥଳ ଅରୁଣାଚଳ ପ୍ରଦେଶରେ ଥିଲା। ତାଙ୍କ ପତ୍ନୀ ପାଟନାର ଏକ ଭଡ଼ା ଘରେ ରହୁଥିଲେ। ସନ୍ତୋଷଙ୍କ ନିଜ ଘର ଶରଣ ଜିଲ୍ଲାର ଚକିଆ ଗ୍ରାମରେ। ତେବେ ସେ ଦଶରହା ଉପଲକ୍ଷେ ତାଙ୍କ ପତ୍ନୀଙ୍କୁ ଭେଟିବାପାଇଁ ଆସିଥଲେ। ତାଙ୍କ ପତ୍ନୀ ଓ ବାପା କିନ୍ତୁ ଦୁଇ ଦିନ ପୂର୍ବେ ତାଙ୍କ ନିଜ ଗ୍ରାମକୁ ଚାଲିଯାଇଥିଲେ। ସନ୍ତୋଷଙ୍କ ଭାଇ ରିଙ୍କେଶ ଦାନାପୁରର ସେନା ବାରାକ୍ରେ ରହୁଥିଲେ। ତେବେ ରିଙ୍କେଶଙ୍କ ଭଉଣୀ ପିଙ୍କି ପ୍ରଥମେ ଉଭୟଙ୍କ ମୃତଦେହ ଠାବ କରିଥିଲେ। ଆର୍ମି ବାରାକ୍ରେ ରିଙ୍କେଶଙ୍କ ଅନୁପସ୍ଥିତିକୁ ନେଇ ରିଙ୍କେଶଙ୍କ ବିଷୟରେ ଖବର ଜାଣିବାପାଇଁ ତାଙ୍କ ଭଉଣୀ ପିଙ୍କିଙ୍କ ନିକଟକୁ ଖବର ଯିବାପରେ ସେ ତାଙ୍କ ଭାଇଙ୍କୁ ଖୋଜାଖୋଜି କରିଥିଲେ। ଶେଷରେ ସନ୍ତୋଷଙ୍କ ଘରୁ ପିଙ୍କି ତାଙ୍କ ଭାଇଙ୍କ ସମେତ ସନ୍ତୋଷଙ୍କ ମୃତଦେହ ଉଦ୍ଧାର କରିଥିଲେ। ପିଙ୍କି କହିଛନ୍ତି ଉଭୟ ରିଙ୍କେଶ ଏବଂ ସନ୍ତୋଷଙ୍କ ମୃତଦେହ ବାଥରୁମ୍ ନିକଟରେ ପଡ଼ିଥିବାର ସେ ଦେଖିଥିଲେ। ଘର ମାଲିକ ରାଜେନ୍ଦ୍ର ସିଂ ଘଟଣା ବାବଦରେ ସଙ୍ଗେସଙ୍ଗେ ପୁଲିସରେ ଖବର ଦେଇଥିଲେ। ରାଜେନ୍ଦ୍ର କହିଛନ୍ତି ୪ରୁ ୫ ଜଣ ସନ୍ତୋଷଙ୍କୁ ରବିବାର ଦିନ ଭେଟିଥିଲେ କିନ୍ତୁ ସେ କିମ୍ବା ପଡୋଶୀ କେହି ମଧ୍ୟ ଗୁଳି ଫୁଟିବାର ଶବ୍ଦ ଶୁଣିନାହାନ୍ତି। ପୁଲିସ ସନ୍ଦେହ କରୁଛି ଯେ, ଅତି ନିକଟରୁ ଗୁଳି ଚାଳନା କରାଯାଇଛି। ପୁଲିସ ସୁପରିନଟେଣ୍ଡେଣ୍ଟ୍ ରବିନ୍ଦ୍ର କୁମାର କହିଛନ୍ତି ଯେ, ଏହା ହତ୍ୟା କି ଆତ୍ମହତ୍ୟା ତାହା କେବଳ ଫରେନ୍ସିକ୍ ଦଳର ପରୀକ୍ଷା ପରେ ହିଁ ଜଣାପଡ଼ିବ। ଚିଫ୍ ରେକର୍ଡସ ଅଫିସର ଲେଫ୍ଟନାଣ୍ଟ୍ କର୍ନେଲ ବାଲକ୍ରୀଷ୍ଣନ୍ଙ୍କ ଦ୍ୱାରା ପରିଚାଳିତ ଦହ ସହ ଆର୍ମି ଇଣ୍ଟେଲିଜେନ୍ସ ଅଫିସର ଘଟଣାସ୍ଥଳରେ ଯାଇ ପହଞ୍ଚିଛନ୍ତି।
ପାଟନାର ଭଡ଼ାଘରୁ ୨ ସେନା ଯବାନଙ୍କ ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2017/09/dead-karnataka_thinkstock_759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)