ପୁଣି ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କଲା ପାକିସ୍ତାନ, ଜଣେ ସେନା ଜେସିଓ ସହିଦ

ନୂଆଦିଲ୍ଲୀ: ଗତ ୪ଦିନ ମଧ୍ୟରେ ପାକିସ୍ତାନ ଦୁଇ ଥର ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରି ସାରିଲାଣି। ଗତ ରବିବାର ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରିଥିବା ବେଳେ ଜଣେ ଜୁନିଅର କମିଶନ ଅଫିସର ସହିଦ ହୋଇଥିଲେ। ଆଜି ପୁଣି ଥରେ ପାକିସ୍ତାନ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରିଛି, ଯାହାଦ୍ବାରା ଆଉ ଜଣେ  ଜୁନିଅର କମିଶନ ଅଫିସର ସହିଦ ହୋଇଛନ୍ତି। ରଜୌରୀର କେରୀ ସେକ୍ଟରରେ ପାକିସ୍ତାନ ଅସ୍ତ୍ର ବିରତି ନିୟମ ଉଲ୍ଲଂଘନ କରିଥିବା ଜଣା ପଡ଼ିଛି। ଏବେ ମଧ୍ୟ ଏଲଓସିର ଅନେକ ସେକ୍ଟରରେ ଗୁଳିଚାଳନା ଜାରି ରହିଛି | ପାକିସ୍ତାନକୁ ମଧ୍ୟ ଭାରତ ପକ୍ଷରୁ ଉପଯୁକ୍ତ ଉତ୍ତର ଦିଆଯାଉଛି।

Army jco
oneindia

ସୂଚନା ଅନୁଯାୟୀ ଜମ୍ମୁର ରଜୌରୀ ଜିଲ୍ଲାରେ ପାକିସ୍ତାନ ଦ୍ୱାରା ଏହି ଗୁଳି ବିନିମୟ ହୋଇଥିଲା। ଯାହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ପକ୍ଷରୁ ମଧ୍ୟ ଗୁଳିବର୍ଷା କରାଯାଇଥିଲା । ଏହି ସମୟ ମଧ୍ୟରେ ସେନାର ଜଣେ ଜୁନିଅର କମିଶନ ଅଫିସର ଆହତ ହୋଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି। ଏପର୍ଯ୍ୟନ୍ତ ସେନା ଦ୍ୱାରା ସହିଦ ହୋଇଥିବା ଅଧିକାରୀଙ୍କ ପରିଚୟ ପ୍ରକାଶ ପାଇନାହିଁ।

ସମ୍ବନ୍ଧିତ ଖବର