ଯାତ୍ରୀବାହୀ ଟ୍ରେନ୍‌ ହାଇଜାକ୍‌ କରି ନେଲେ ସେନାବାହିନୀ ଚାକିରି ଆଶାୟୀ ପ୍ରାର୍ଥୀ

ଭୋପାଳ: ସେନାବାହିନୀ ଚାକିରି ଚୟନରେ ଯୋଗ ଦେବା ପାଇଁ ଗୁନା ଯାଉଥିବା ପ୍ରାର୍ଥୀମାନେ ଗୋଟାଏ ଟ୍ରେନ୍‌କୁ ହାଇଜାକ୍‌ କରି ନେବା ସହ ଯାତ୍ରୀମାନଙ୍କୁ ହଇରାଣ କରିଛନ୍ତି ବୋଲି କୁହାଯାଉଛି। ଗତ ସପ୍ତାହେ ହେବ ସେମାନେ ଏମିତି କରିବା ସହ ରେଳବାଇ ସମ୍ପତ୍ତିକୁ ଭଙ୍ଗାରୁଜା କରୁଥିଲେ ମଧ୍ୟ ରେଳକର୍ତ୍ତୃପକ୍ଷ ନିଷ୍କ୍ରିୟ ହୋଇ ବସିଛନ୍ତି। ସେମାନଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ପାରେ ବୋଲି ତାଙ୍କର ଧାରଣା।

ଚୟନ ଅଭିଯାନରେ ପ୍ରାୟ ୬୦ ହଜାର ପ୍ରାର୍ଥୀ ଅଂଶଗ୍ରହଣ କରୁଛନ୍ତି। ଚୟନ ଅଭିଯାନ ଜାନୁଆରି ୮ ରୁ ୨୨ ଯାଏଁ ଚାଲିବ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ରେନ୍‌ ଯୋଗେ ଗୁନା ଯାଉଛନ୍ତି।

ଅଧିକାରୀମାନଙ୍କ କହିବା ଅନୁସାରେ, ଗୁନା-ଗ୍ଵାଲିଅର୍‌ ସେକ୍ଟରରେ ପ୍ରଥମ ତିନି ଦିନ ଉପୁଜି ଥିବା ଅସୁବିଧା ସମ୍ପର୍କରେ ଖବର ମିଳିଛି। ଅଚାନକ ଭିଡ଼କୁ ମୁକାବିଲା କରିବାକୁ ରେଳବାଇ ପାଖରେ ଅଧିକ ସାଧନ ନ ଥିଲା। ତା’ଛଡ଼ା ଅଧିକାଂଶ ପ୍ରାର୍ଥୀ ବିନା ଟିକିଟ୍‌ରେ ଯାତ୍ରା କରୁଛନ୍ତି।

ଜାନୁଆରି ୧୧ ତାରିଖ ଦିନ ‘ମୁଖ୍ୟମନ୍ତ୍ରୀ ତୀର୍ଥ ଦର୍ଶନ ଯୋଜନା’ ପାଇଁ ଉଦ୍ଦିଷ୍ଟ ଟ୍ରେନ୍‌ଟିକୁ ଅପହରଣ କରାଯାଇଥିଲା। ସେ ଟ୍ରେନ୍‌ ମଧ୍ୟପ୍ରଦେଶର ଶିବପୁରୀରୁ ରାମେଶ୍ୱର ଯାତ୍ରା କରୁଥିଲା। ଟ୍ରେନ୍‌ ଗୁନା ଷ୍ଟେସନ୍‌ରେ ପ୍ରବେଶ କରିବା ମାତ୍ରେ ଚୟନ ଅଭିଯାନରୁ ଫେରୁଥିବା ହଜାର ହଜାର ପ୍ରାର୍ଥୀ ଟ୍ରେନ୍‌ରେ ଜବରଦସ୍ତ ପ୍ରବେଶକ କରି ଡ୍ରାଇଭର୍‌ଙ୍କୁ ଶିବପୁରୀ ଯିବାକୁ ବାଧ୍ୟ କରାଇଥିଲେ। ଶିବପୁରୀ ଉତ୍ତର ଆଡ଼କୁ ପ୍ରାୟ ୧୦୦ କି. ମି. ଦୂର। ଯଦିବା ସେମାନେ ଟ୍ରେନ୍‌କୁ ଗ୍ଵାଲିଅର୍‌ ଯାଏଁ ଚଳାଇ ନେବାରେ ସମର୍ଥ ହୋଇଥିଲେ, ରେଲ୍‌େଓ୍ଵ ପୋଲିସ ଫୋର୍ସ ସାମାନ୍ୟ ବଳ ପ୍ରୟୋଗ କରି ହାଇଜାକର୍‌ଙ୍କୁ ଘଉଡ଼ାଇ ଦେଇଥିଲା।

ରେଳବାଇ ମୁଖପାତ୍ର ଆଇଏ ସିଦ୍ଦିକି କହନ୍ତି: ବଳ ପ୍ରୟୋଗ ପରେ ପ୍ରାର୍ଥୀମାନେ ଛତ୍ରଭଙ୍ଗ ଦେଇ ସେଠାରୁ ଖସି ଯିବାରୁ କାହାରି ବିରୋଧରେ ଏଫ୍‌ଆଇଆର୍‌ ଦରଜ କରାଯାଇ ନାହିଁ। ଆମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅଧିକ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ କରି ଟ୍ରେନ୍‌ର ପୂର୍ବ ନିର୍ଦ୍ଧାରିତ ଯାତ୍ରା ଚାଲୁ ରଖିବା।


ଏତିକିରେ ରେଳବାଇର ଦୁଃଖ ସରି ନ ଥିଲା। ସେ ପଥରେ ଯାତାୟାତ କରୁଥିବା ଅନ୍ୟାନ୍ୟ ଟ୍ରେନ୍‌ରେ ମଧ୍ୟ ସେମାନେ ବଳପୂର୍ବକ ବିନା ଟିକିଟ୍‌ରେ ପ୍ରବେଶ କରିଥିଲେ। ମହିଳାମାନଙ୍କ ବଗି ଏବଂ ଶୀତତାପ ନିୟନ୍ତ୍ରିତ ବଗିଗୁଡ଼ିକରେ ମଧ୍ୟ ସେମାନେ ପ୍ରବେଶ କରିଥିଲେ। ଯାତ୍ରୀ ଏବଂ ଆର୍‌ପିଏଫ୍‌ ଅଧିକାରୀଙ୍କ ସଂଖ୍ୟ ତାଙ୍କ ତୁଳନାରେ କମ୍‌ ଥିବାରୁ ସେମାନଙ୍କୁ ଟ୍ରେନ୍‌ରୁ ବାହାର କରି ଦିଆ ଯାଇ ପାରିଲା ନାହିଁ।

ଡାଇରେକ୍ଟ୍‌ ଆର୍ମି ରିକୃଇଟ୍‌ମେଣ୍ଟ୍‌ ଡାଇରେକ୍ଟର୍‌ କର୍ଣ୍ଣେଲ୍‌ ମନୀଷ ଚତୁର୍ବେଦୀ ଅଭିଯୋଗ କରିଛନ୍ତି ଯେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ ରେଳବାଇ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲା। ଏଥିପାଇଁ ସମସ୍ତ ବ୍ୟବସ୍ଥା କରିବା ଜିଲ୍ଲା ପ୍ରଶାସନର ଦାୟିତ୍ୱ। ପ୍ରଥମେ ସେମାନେ ହିଁ ଗୁନା ଠାରେ ଚୟନ ରାଲି କରାଇବାକୁ ଆମକୁ ଆମନ୍ତ୍ରଣ କରିଥିଲେ। ପ୍ରାର୍ଥୀମାନଙ୍କ ପାଇଁ ୧୫ ଦିନ ରେଳବାଇକୁ କହିଥିଲୁ, କିନ୍ତୁ ସେମାନେ କିଛି ବ୍ୟବସ୍ଥା କଲେ ନାହିଁ।

ସମ୍ବନ୍ଧିତ ଖବର