ନୂଆଦିଲ୍ଲୀ: ଟଳିଲେ ୨ଆତଙ୍କବାଦୀ। ସେନା ଗୁଳିରେ ଗଲା ୨ଆତଙ୍କୀଙ୍କ ଜୀବନ। ଜମ୍ମୁ କଶ୍ମୀରର କୁପୱାଡା ଜିଲ୍ଲାରେ ଥିବା କେରନ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ଏହି ଘଟଣା ଘଟିଛି। ଭାରତୀୟ ସେନା ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବା ସହିତ ସେନା ଦୁଇ ଜଣ ଆତଙ୍କବାଦୀଙ୍କୁ ଗୁଳି କରିଛି। ଏହି ଅଭିଯାନର ନାମ 'ଅପରେସନ୍ ପିମ୍ପଲ୍' ରଖିଛି ସେନା। ଏନକାଉଣ୍ଟର ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାଉ କରି ଅନ୍ୟ କୌଣସି ଆତଙ୍କବାଦୀ ଅଞ୍ଚଳରେ ଉପସ୍ଥିତ ଅଛନ୍ତି କି ନାହିଁ ତାହା ନିଶ୍ଚିତ କରିବାକୁ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି ସେନା। ସୀମା ପାରରୁ ଅନୁପ୍ରବେଶ ନେଇ ସୂଚନା ମିଳିବା ପରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା।
OP PIMPLE, Keran, Kupwara
— Chinar Corps🍁 - Indian Army (@ChinarcorpsIA) November 8, 2025
On 07 Nov 2025, based on specific intelligence input from agencies, regarding infiltration attempt, a joint operation was launched in Keran sector of Kupwara. Alert troops spotted suspicious activity and challenged which resulted in terrorists opening… pic.twitter.com/Yu1nLkPQG6
ଭାରତୀୟ ସେନାର ଚିନାର କୋର୍ପସ Xରେ ଏକ ପୋଷ୍ଟ କରି ସୂଚନା ଦେଇଛି ଯେ, "ସୁରକ୍ଷା ଏଜେନ୍ସିଗୁଡ଼ିକ କେରାନରେ ଅନୁପ୍ରବେଶ ଉଦ୍ୟମ ବିଷୟରେ ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ପ୍ରଦାନ କରିବା ପରେ ଶୁକ୍ରବାର ଦିନ ଏହି ଅପରେସନ ଆରମ୍ଭ କରାଯାଇଥିଲା। ସଜାଗ ସୈନ୍ୟମାନେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ଆତଙ୍କୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ଏହା ଶୁଣି ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ। ଜବାବ ଦେବାକୁ ସେନା ଗୁଳି ଚଳାଇବାରୁ ୨ଜଣ ଆତଙ୍କୀଙ୍କ ଜୀବନ ଯାଇଥିଲା ବୋଲି ଜଣାଯାଇଛି।"
ଅକ୍ଟୋବର-ନଭେମ୍ବରରେ ବି ହୋଇଥିଲା ଆତଙ୍କବାଦୀଙ୍କ ଏନକାଉଣ୍ଟର
ପୂର୍ବରୁ ନଭେମ୍ବର ୫ତାରିଖରେ କିସ୍ତୱାର ଜିଲ୍ଲାର ଚତ୍ରୋ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୧୩ ଅକ୍ଟୋବରରେ, କୁପୱାଡ଼ାରେ ସୁରକ୍ଷା ବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିବା ପରେ ନିୟନ୍ତ୍ରଣ ରେଖା (LoC) ନିକଟସ୍ଥ କୁମ୍ବାକଡି ଜଙ୍ଗଲରେ ଏହି ଅପରେସନ କରାଯାଇଥିଲା।
ଆହୁରି ପଢ଼ନ୍ତୁ : OSRTC bus-truck accident: ବସ୍ ଓ ଟ୍ରକ୍ ମୁହାଁମୁହିଁ: ତିନିବସ ଯାତ୍ରୀ ଓ ଟ୍ରକ ଡ୍ରାଇଭର ଗୁରୁତର
ଆହୁରି ପଢ଼ନ୍ତୁ : Tourism Development Sundargarh: ଉପବାଚସ୍ପତି ଓ ବିଧାୟକଙ୍କ ପ୍ରସ୍ତାବପରେ ତତ୍ପର ବିଭାଗ, ୩୩ ପର୍ଯ୍ୟଟନସ୍ଥଳର ବିକାଶ ହେବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/08/army-2025-11-08-09-25-14.jpg)