ହିମାଚଳ ପ୍ରଦେଶ : ସତଲେଜ ନଦୀରେ ଖସିପଡ଼ି ଭାରତୀୟ ସେନା ଯବାନ ନିଖୋଜ, ତଲାସୀ ଅଭିଯାନ ଜାରି

ଚଣ୍ଡିଗଡ଼ : ହିମାଚଳ ପ୍ରଦେଶ ଦେଇ ଯାଇଥିବା ସତଲେଜ ନଦୀରେ ଭାରତୀୟ ସେନାର ଜଣେ ଯବାନ ପଡିଯାଇ ନିଖୋଜ ହୋଇଯାଇଛନ୍ତି । ତାଙ୍କର ସନ୍ଧାନ ପାଇଁ ସେନାପକ୍ଷରୁ ଏକ ବଡ଼ ଧରଣର ଅଭିଯାନ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର ଖୋଜଖବର ମିଳିପାରିନାହିଁ ।
ମିଳିଥିବା ସୂଚନା ଅନୁସାରେ ଭାରତ-ପାକିସ୍ତାନ ସୀମାରେ ପାଟ୍ରୋଲିଂ କରୁଥିବା ଟ୍ରାଇପିକ୍ ବ୍ରିଗେଡର ଲାନ୍ସ ହାବିଲଦାର ପ୍ରକାଶ ରଲ୍ଲା ନଦୀ ପାର ହେଉଥିବାବେଳେ ଗୋଡ଼ ଖସିଯିବାରୁ ନଦୀରେ ଖସିପଡ଼ିଥିଲେ ।

ଏହି ସୂଚନା ମିଳିବା ପରେ ସେନା ପକ୍ଷରୁ ତୁରନ୍ତ ଏକ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଉକ୍ତୟୁନିଟର ପ୍ରାୟ ୨୦୦ ଲୋକଙ୍କୁ ନେଇ ଏକ ବଡ଼ ଧରଣର ତଲାସୀ ଅଭିଯାନ ଚାଲିଛି । ଇଣ୍ଡୋ-ତି³ତୀୟ ବର୍ଡର ପୁଲିସ, ବିଆରଓ ଓ କରଚମ ନଦୀବନ୍ଧ କର୍ତ୍ତୃପକ୍ଷଙ୍କ ଦ୍ୱାରା ମିଳିତଭାବେ ଏହି ଅଭିଯାନ ଚାଲିଛି । ଏଥିରେ କ୍ୱାଡକପଫର ଓ ହେଲିକପଫରକୁ ମଧ୍ୟ ନିୟୋଜିତ କରାଯାଇଛି । ଏହାଛଡ଼ା ସ୍ୱତନ୍ତ୍ର ପ୍ରଶିକ୍ଷିତ ବୁଡାଳିମାନଙ୍କୁ ଏହି କାର୍ଯ୍ୟରେ ଲଗାଯାଇଛି । ହିମାଳୟରୁ ବାହାରିଥିବା ସତଲେଜ ନଦୀର ପ୍ରଖର ସ୍ରୋତ ଓ ପାହାଡ଼ିଆ ଅଞ୍ଚଳ ଯୋଗୁଁ ତଲାସୀ କାର୍ଯ୍ୟ ବିଳମ୍ବିତ ହେଉଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର