ଚୀନ ସହ ବିବାଦ ମଧ୍ୟରେ ୫ ହଜାର କୋଟିର ଯୁଦ୍ଧସାମଗ୍ରୀ ଖରିଦ କରିଛି ଭାରତୀୟ ସେନା

ନୂଆଦିଲ୍ଲୀ : ଚୀନ ପଟୁ ଭାରତ ପାଇଁ ବିପଦ ଦିନକୁ ଦିନ ବଢିଚାଲିଛି । ଏବେ ବି ଲଦାଖରେ ଚୀନ ଓ ଭାରତ ସେନା ମୁହାଁମୁହିଁ  ଅବସ୍ଥାରେ ଅଛନ୍ତି । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପ୍ରାୟ ୧୮ ହଜାର କୋଟିର ଯୁଦ୍ଧ ସାମଗ୍ରୀ ଖରିଦ କରିଛି । ଏହା ମଧ୍ୟରେ ରହିଛି ୫ ହଜାର କୋଟି ଟଙ୍କା ମୂଲ୍ୟର ଜରୁରୀକାଳୀନ ଖରିଦ ।

ଏ ସମ୍ପର୍କରେ ସୂଚନାଦେଇ ସେନାମୁଖ୍ୟ କହିଛନ୍ତି ଯେ ସେନାର ଜରୁରୀ ଆବଶ୍ୟକତା ଲାଗି ଜରୁରୀକାଳୀନ ସ୍କିମରେ ୫ ହଜାର କୋଟିର ପ୍ରତିରକ୍ଷା ସାମଗ୍ରୀ ଖରିଦ କରାଯାଇଛି । ଏସବୁ ସାମଗ୍ରୀ ମଧ୍ୟରେ ରହିଛି ପ୍ରବଳ ଥଣ୍ଡାରେ ଲଢିବା ଲାଗି ଯବାନମାନଙ୍କ ଲାଗି ବିଭିନ୍ନ ସାମଗ୍ରୀ ଅନ୍ତର୍ଭୁକ୍ତ । ଏହାଛଡ଼ା ବିଭିନ୍ନ ଯୁଦ୍ଧାସ୍ତ୍ର ଖରିଦ ପାଇଁ  ୧୩ ହଜାର କୋଟିର କଣ୍ଟ୍ରାକ୍ଟ ପ୍ରଦାନ କରାଯାଇଛି ।

ଲଦାଖରେ ଏବେ ପ୍ରବଳ ବରଫପାତ ଚାଲିଥିବାବେଳେ ଦୁଇ ପକ୍ଷର ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ନିଜର ଅସ୍ତ୍ରଭଣ୍ଡାରକୁ ପ୍ରସ୍ତୁତ ରଖିବାକୁ ଉଦ୍ୟମ ଚଳାଇଛି । ଚୀନ ସେନାର ମୁକାବିଲା ପାଇଁ ଭାରତୀୟ ସେନା ଆମେରିକାଠାରୁ ଶକ୍ତିଶାଳୀ ହାଓ୍ବିଜର ତୋପ ଖରିଦ କରିଛି ।

ସମ୍ବନ୍ଧିତ ଖବର