ବ୍ରିଗେଡିୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ମେଜର

ଜୟପୁର/ ନୂଆଦିଲ୍ଲୀ : ଭାରତୀୟ ସେନାରେ ମେଜର ରୢାଙ୍କ୍‌ରେ ଥିବା ଜଣେ ମହିଳା ଅଧିକାରୀଙ୍କୁ ଜଣେ ବ୍ରିଗେଡିୟର ଯୌନ ନିର୍ଯାତନା ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳା ମେଜର ରାଜସ୍ଥାନ ହାଇକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି। ସଂପୃକ୍ତ ବ୍ରିଗେଡିୟରଙ୍କ ଅଧୀନରେ କାର୍ଯ୍ୟରତ ଥିବାବେଳେ ସେ ବାରମ୍ବାର ଅଶାଳୀନ ଆଚରଣ ପ୍ରଦର୍ଶନ କରିବା ସହ ତାଙ୍କୁ ଯୌନ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର