ନିଜ ହସପିଟାଲରେ ଚିକିତ୍ସିତ ହେଲେ ଜବାନ, ସେନା ପାଖକୁ ପଠାଇଲେ ୧୬ କୋଟିର ବିଲ୍‌ 

ଭୋପାଳ : ଭିଣ୍ଡ୍‌ର ଏକ ଆୟୁର୍ବେଦିକ ହସପିଟାଲ ପକ୍ଷରୁ ଭାରତୀୟ ସେନାର ଜଣେ ଜବାନଙ୍କ ଚିକିତ୍ସା ବାବଦରେ ୧୬ କୋଟି ଟଙ୍କାର ବିଲ୍‌ ପଠାଇଛି । ଆହୁରି କୌତୁହଳର ବିଷୟ ହେଉଛି ଯେ ହସପିଟାଲଟି ହେଉଛି  ଜବାନଙ୍କ ପିତାଙ୍କର । ସେନାର ଇନଫାଣ୍ଟ୍ରି ରେଜିମେଣ୍ଟରେ ଜବାନ ଥିବା ସୌରଭ ରାଜାଓ୍ଵତ ୨୦୧୩ରେ ସେବା ରତ ଥିବାବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସେ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ୨୦୧୪ ରେ ସେ ଉକ୍ତ ହସପିଟାଲ ଛାଡି ନିଜ ଘରକୁ ଆସି ପିତାଙ୍କ ଆୟୁର୍ବେଦିକ ହସପିଟାଲରେ ଚିକିତ୍ସିତ ହେବା ଆରମ୍ଭ କଲେ । ଏହି ହସପିଟାଲରେ ୨୦୧୭ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଲା । ଏଥିରୁ ଛାଡ ପାଇବା ପରେ ଉକ୍ତ ହସପିଟାଲ ସେନା ପାଖକୁ ୧୬ କୋଟି ଟଙ୍କାର ବିଲ ପଠାଇଛି ।  ଏତେ ଟଙ୍କାର ବିଲ ଆସିବା ପରେ ସେନା ପକ୍ଷରୁ ଉକ୍ତ ହସପିଟାଲ ବିଷୟରେ ତଦନ୍ତ ପାଇଁ ସଂପୃକ୍ତ ଜିଲ୍ଲାପାଳଙ୍କୁ ନିକଟକୁ ଏକ ପତ୍ର ଲେଖାଗଲା । ଜିଲ୍ଲାପାଳ ଏହାକୁ  ମଧ୍ୟପ୍ରଦେଶର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟକୁ ପଠାଇଦେଇଥିଲେ ।

କିନ୍ତୁ ଉକ୍ତ ହସପିଟାଲର ମୁଖ୍ୟ ତଥା ଜଓ୍ଵାନଙ୍କ ପିତା ଡଃ ଆଇଏସ ରାଜାଓ୍ଵତ କହିଛନ୍ତି ଯେ ସେ ମାତ୍ର ୧.୬ ଲକ୍ଷ ଟଙ୍କାର ବିଲ ପଠାଇଥିଲେ । କିନ୍ତୁ ତାହା କିପରି ୧୬ କୋଟି ହେଲା ତାହା ତାଙ୍କୁ ଜଣାନାହିଁ ।

 

ସମ୍ବନ୍ଧିତ ଖବର