ଭାରତୀୟ ସେନାରୁ ଛଟେଇ ହେବେ୨୭ ହଜାର ସୈନିକ!

ନୂଆଦିଲ୍ଲୀ: ଭାରତୀୟ ସେନାକୁ ଅଧିକ ସୁଦୃଢ଼ କରିବାକୁ ପ୍ରାୟ ୨୭ ହଜାର ସୈନିକଙ୍କ ଛଟେଇ କରାଯିବାର ଯୋଜନା ପ୍ରସ୍ତୁତ କରାଯାଉଛି । ଏହାଦ୍ୱାରା ସେନାର ଖର୍ଚ୍ଚ କମିବ ବୋଲି କୁହାଯାଉଛି। ଖାଲି ସେତିକି ନୁହେଁ, ଏହା ଫଳରେ ୧୬ ବିଲିଅନ୍ ଟଙ୍କା ସଞ୍ଚୟ କରାଯାଇପାରିବ ବୋଲି ବି କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ ଏବେ ଭାରତୀୟ ସେନା ଏବେ ୧୨.୫୦ ଲକ୍ଷ ଫୋର୍ସ ଅଛନ୍ତି ।ଏମାନଙ୍କ ଭିତରୁ ପ୍ରାୟ ୧.୭୫ ଲକ୍ଷ ସେନା ମିଲିଟାରି ଇଞ୍ଜିନିୟର, ନାସନାଲ କ୍ୟାଡେଟ୍, ବର୍ଡର୍ ରୋଡ୍ସ ଅର୍ଗାନାଇଜେସନ୍, ଟେରିଟୋରିଆଲ୍ ଆର୍ମି ଓ ସୈନିକ ସ୍କୁଲ ଆଦିରେ ନିୟୋଜିତ ଅଛନ୍ତି । ସେହିପରି ଆସାମ ରାଇଫଲ୍ସ, ରାଷ୍ଟ୍ରୀୟ ରାଇଫଲ୍ସ ଓ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡରେ ମଧ୍ୟ ନିୟୋଜିତ ଥିବା ଜଣାଯାଇଛି ।

photo-_india today

ଏହି ସଙ୍ଗଠନଗୁଡ଼ିକରୁ ପ୍ରାୟ ୨୭ ହଜାର ଫୋର୍ସଙ୍କୁ କମ୍ କରିବାକୁ ଯୋଜନା କରାଯାଉଛି । ଏହା ଦ୍ୱାରା ସେନା ଅଧିକ କ୍ରିୟାଶୀଳ ହୋଇପାରିବ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟକୁ ଏକ ପ୍ରସ୍ତାବ ମଧ୍ୟ ଦିଆଯାଇଛି । ଆଗାମୀ ୬ ରୁ ୭ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ ଲକ୍ଷ ଫୋର୍ସକୁ କମାଇବାକୁ ଯୋଜନା କରାଯାଉଛି । ଏହାଫଳରେ ଭାରତୀୟ ସେନା ଦେଶର ୬୦ ରୁ ୭୦ ବିଲିଅନ୍ ଟଙ୍କା ସଞ୍ଚୟ କରିପାରିବ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର