ଇସଲାମାବାଦ: ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ସାଲ ଡେନଜିଲ୍ କିଲୋରଙ୍କୁ ନେଇ ଏକ ମିଥ୍ୟା ଭିଡିଓ ପ୍ରସ୍ତୁତ କରି ଟ୍ବିଟରରେ ପ୍ରସାର କରିଛନ୍ତି ପାକିସ୍ତାନ ସେନାର ଲୋକ ସମ୍ପର୍କ ମହାନିର୍ଦ୍ଦେଶକ ଅସିଫ ଗଫୁର। ବାଲାକୋଟ୍ ଆକ୍ରମଣ ପରେ ଫେବ୍ରୁଆରି ୨୭ ତାରିଖରେ ଭାରତୀୟ ବାୟୁସେନା ଏବଂ ପାକିସ୍ତାନୀ ବାୟୁସେନାର ବିମାନ ମଧ୍ୟରେ ଯେଉଁ ଲଢ଼େଇ ହୋଇଥିଲା ସେଥିରେ ଭାରତର ବିଫଳତା ସମ୍ପର୍କରେ କିଲୋର କହୁଥିବା ଦୃଶ୍ୟ ଏହି ମିଥ୍ୟା ଭିଡିଓରେ ରହିଛି। ତେବେ ବାଲାକୋଟ ଆକ୍ରମଣ ଏବଂ ଏହାର ପରବର୍ତ୍ତୀ ଘଟଣା ୨୦୧୯ ମସିହାରେ ହୋଇଥିବାବେଳେ ଉକ୍ତ ଭିଡିଓଟି ୨୦୧୫ରେ ରେକର୍ଡ ହୋଇଥିବା ନେଇ ପାକିସ୍ତାନବାସୀ ତୁରନ୍ତ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୧୫ର ଏହି ଭିଡିଓରେ ପୂର୍ବତନ ଏୟାର ମାର୍ସାଲ ୧୯୬୨ ଏବଂ ୧୯୬୫ ଯୁଦ୍ଧ ଉପରେ ଆଲୋଚନା କରିଥିଲେ।
ଟ୍ବିଟରରେ ମିଥ୍ୟା ଭିଡିଓ ଛାଡ଼ି ପାକ୍ ସେନାର ବରିଷ୍ଠ ଅଧିକାରୀ ହଟହଟା
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)