ନୂଆଦିଲ୍ଲୀ : ଗଲ୍ୱାନ୍ ଉପତ୍ୟକାଠାରୁ ୧୬୦ କିମି ଦୂର ଲଦାଖ୍ର କାରୁରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଜଣେ ଭାରତୀୟ ଆର୍ମି ଅଫିସର୍ ସହିଦ ହୋଇଯାଇଛନ୍ତି। ଏକ ଯୁଦ୍ଧ ଯାନ ଖସି ପଡ଼ିବାରୁ ମେଜର ଦୀକ୍ଷାନ୍ତ ଥାପାଙ୍କର ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ି ଯାଇଛି। ଏକ ଇନଫ୍ୟାଣ୍ଟ୍ରି ଯୁଦ୍ଧ ଜାହାଜ ଟ୍ରେଲର୍ରେ ଲୋଡ୍ ହେଉଥିବାବେଳେ ଗୋଟିଏ ଟ୍ରକ୍ ଟ୍ରେଲର୍କୁ ଧକ୍କା ଦେଇଥିଲା। ଫଳରେ ଯୁଦ୍ଧ ଯାନଟି ମେଜର ଥାପାଙ୍କ ଉପରେ ଖସି ପଡ଼ିଥିଲା। ମେଜର ଥାପାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଗତ ରବିବାର ଦିନ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ୨୬ ବର୍ଷୀୟ ମେଜର ଥାପାଙ୍କ ଘର ହିମାଚଳ ପ୍ରଦେଶ କାଙ୍ଗ୍ରା ଜିଲ୍ଲାର ଇନ୍ଦୋରା ତହସିଲ୍ର ବରି ଗ୍ରାମରେ। ଦୀକ୍ଷାନ୍ତ ଥାପାଙ୍କ ବାପା ମଧ୍ୟ ଭାରତୀୟ ସେନାରେ ଥିଲେ। ୧୯୮୩ରୁ ତାଙ୍କ ପରିବାର ଦେଶପାଇଁ ସେବା କରି ଆସୁଛନ୍ତି। ପରିବାର ସଦସ୍ୟଙ୍କ ସହ ଦୀକ୍ଷାନ୍ତ ଦୀର୍ଘ ୮ ମାସ ଧରି ଭିଡିଓ କଲ୍ ମାଧ୍ୟମରେ କଥା ହେଉଥିଲେ। ଅକ୍ଟୋବରରେ ସେ ଜନ୍ମଦିନ ପାଇଁ ଘରକୁ ଆସିଥା’ନ୍ତେ।
ଲଦାଖ୍ରେ ଯୁଦ୍ଧ ଯାନ ଖସି ଆର୍ମି ଅଫିସର୍ ସହିଦ
/sambad/media/post_attachments/wp-content/uploads/2020/09/major-thapa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)