ଆତଙ୍କବାଦୀଙ୍କ ସହ ଗୁଳିବିନିମୟ କରି ସେନା ସାଙ୍ଘାତିକ ଆହତ ହୋଇଥିବା ଅଧିକାରୀ ଓ ଯବାନ୍‌ ସହିଦ

ଶ୍ରୀନଗର: ଗୁରୁବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ଆତଙ୍କବାଦୀ ଦମନ ଅଭିଯାନ ସମୟରେ ସାଙ୍ଘାତିକ ଆହତ ହୋଇଥିବା ଜଣେ ସେନା ଅଧିକାରୀ ଓ ଯବାନ୍‌ ସହିଦ ହୋଇଛନ୍ତି। ସହିଦ ସେନା କର୍ମଚାରୀମାନେ ହେଲେ, ରାଇଫଲ୍‌ମ୍ୟାନ୍‌ ବିକ୍ରମ ସିଂହ ନେଗି ଏବଂ ଯୋଗମ୍ବର ସିଂହ।

ଅଭିଯାନରେ ଭାଗ ନେଇଥିବା ୫ଜଣ ନିରାପତ୍ତା କର୍ମଚାରୀଙ୍କୁ ହତ୍ୟା କରାଯିବାର ୪ ଦିନ ପରେ ସମ୍ପ୍ରତି ସେନା ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଜାରି ରହିଥିବା ଗୁଳି ବିନିମୟ ବୁଧବାର ସନ୍ଧ୍ୟା ବେଳେ ପୁଞ୍ଚ୍‌-ରାଜୌରି ଜଙ୍ଗଲରେ ଆରମ୍ଭ ହୋଇଥିଲା। ଏହି ଅଭିଯାନ ଯୋଗୁଁ ଜମ୍ମୁ -ପୁଞ୍ଚ୍‌-ରାଜୌରି ରାଜପଥ ବନ୍ଦ ରହିଛି।

ଅକ୍ଟୋବର ୧୦ ତାରିଖ ବିଳମ୍ବିତ ରାତ୍ରୀରେ ଯେଉଁ ଆତଙ୍କବାଦୀ ଦଳ ନିରାପତ୍ତା ବଳଙ୍କ ଉପରେ ଗୁଳି ଚଳାଇଥିଲେ ଏବେ ସେହି ଆତଙ୍କବାଦୀମାନଙ୍କ ସହ ଗୁଳି ବିନିମୟ ଚାଲିଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ୧୦ ତାରିଖ ଦିନ ପୁଞ୍ଚ୍‌ ଜିଲ୍ଲାର ସୁରନକୋଟ୍‌ ଅଞ୍ଚଳର ଡେରା କି ଗଲି ଅଞ୍ଚଳରେ ଗୁଳି ବିନିମୟ ସମୟରେ ଜଣେ ସେନା ଅଧିକାରୀ ଏବଂ ୪ଜଣ ଯବାନ ସହିଦ ହୋଇଥିଲେ।

Image Courtesy of The Times of India

ସେନାର ଜଣେ ମୁଖପାତ୍ର କହିଛନ୍ତି, ପୁଞ୍ଚ୍‌ ଜିଲ୍ଲାର ମେନ୍ଧର୍‌ ସବ୍‌ ଡିଭିଜନ୍‌ ଅନ୍ତର୍ଗତ ନର୍‌ ଖାସ୍‌ ଅରଣ୍ୟ ଅଞ୍ଚଳରେ ଚାଲିଥିବା ଏହି ଆତଙ୍କବାଦୀ ପ୍ରତିମୁକାବିଲା ଅଭିଯାନରେ ଅକ୍ଟୋବର ୧୪ ସନ୍ଧ୍ୟା ସମୟରୁ ସେନା ଯବାନ୍‌ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି।
ସେ ଆହୁରି ମଧ୍ୟ କହିଛନ୍ତି, ଏହି ଗୁଳି ବିନିମୟ ସମୟରେ ଜଣେ ‘ଜେସିଓ’ ଏବଂ ଜଣେ ଯବାନ୍‌ ସାଙ୍ଘାତିକ ଆହତ ହୋଇଛନ୍ତି। ଅଭିଯାନ ଏବେ ମଧ୍ୟ ଚାଲିଛି। ପଛକୁ ପଛ ସଦ୍ୟତମ ସୂଚନା ଦିଆଯିବ।

ସମ୍ବନ୍ଧିତ ଖବର