ଲକ୍ଷ୍ନୌ: ସେନାଧିକାରୀଙ୍କ ଝିଅକୁ ଅପହରଣ ଓ ଅସଦାଚରଣ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜଣେ ବରିଷ୍ଠ ସେନାଧିକାରୀଙ୍କ ଝିଅଙ୍କୁ ଏକ କାର୍‌ରେ ଅପହରଣ କରି, ତାଙ୍କ ସାର୍ଟ ଚିରିବା ସହ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ନଭେମ୍ବର ୮ରେ ଘଟଣା ଘଟିଥିଲା। ଅଭିଯୋଗ ଦାଏର ହେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ସୂଚନାଯୋଗ୍ୟ, ୨୨ ବର୍ଷୀୟା ଯୁବତୀଜଣକ ତେଜରାତି ସଉଦା ଆଣିବା ପାଇଁ ଯାଇଥିଲେ। ଦୀର୍ଘ ସମୟ ଯାଏ ଘରକୁ ନ ଫେରିବାରୁ ତାଙ୍କ ମାଆ ବ୍ୟସ୍ତ ହୋଇପଡ଼ିଥିଲେ। ଏହାପରେ ତାଙ୍କ ପାଖକୁ ଅଜଣା ନମ୍ବରରୁ ଫୋନ୍ ଆସିଲା କି ତୁମ ଝିଅ ଗୋମତୀ ନଗରସ୍ଥିତ ଫନ୍ ରିପବ୍ଲିକ୍ ଫାଣ୍ଡିରେ ଅଛି। ସେ ଫାଣ୍ଡିରେ ପହଞ୍ଚି ଝିଅକୁ ଅତ୍ୟନ୍ତ ଅସ୍ବାଭାବିକ ଅବସ୍ଥାରେ ଦେଖିଲେ। ଜାମା ଚିରା, ପାଦରେ ଜୋତା ନାହିଁ, ଆଖିରେ ଲୁହ। ଝିଅଟି ପୁଲିସ ଆଗରେ କହିଲେ ଯେ ତାଙ୍କୁ ସକାଳୁ ଜଣେ ଯୁବକ ପିଛା କରୁଥିଲା। ସେ ସଉଦା ପାଇଁ ଅଟୋରେ ଗଲାବେଳେ ଦୁଇଜଣ ଯୁବକ ତାଙ୍କୁ କାର୍ ଭିତକୁ ‌ଚୁଟି ଧରି ଘୋଷାରି ନେଇଥିଲେ। ଜଣେ ଗାଡ଼ି ଚଳାଉଥିବା ବେଳେ ଅନ୍ୟଜଣକ ତାଙ୍କ ସାର୍ଟ ଚିରିବା ସହ ଅସଦାଚରଣ କରିଥିଲା। ପରେ ତାଙ୍କ ପାଖରେ ଥିବା ସବୁ ଟଙ୍କା, ସୁନା ଗହଣା ଓ କ୍ରେଡିଟ୍ ଓ ଡେବିଟ୍ କାର୍ଡ ଆଦି ସେମାନେ ଛଡ଼ାଇ ନେଇ ପଳାଇଥିଲେ। ପୁଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଦି ଯାଞ୍ଚ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର