ଶ୍ରୀନଗର: ଜମ୍ମୁ- କଶ୍ମୀର ପୁଞ୍ଚ ଜିଲ୍ଲାର ନିୟନ୍ତ୍ରଣ ରେଖା (ଏଲଓସି)ରେ ସନ୍ଦିଗ୍ଧ ଅବସ୍ଥାରେ ଉଡୁଥିବା ଏକ ଡ୍ରୋନ୍କୁ ଗୁଳି କରି ଖସାଇ ଦେଇଛି ଭାରତୀୟ ସେନା। ନିୟନ୍ତ୍ରଣ ରେଖା (ଏଲଓସି)ର ଅତି ନିକଟତର ହୋଇ ସନ୍ଦିଗ୍ଧ ଡ୍ରୋନଟି ଦୀର୍ଘ ସମୟ ଧରି ଉଡ଼ୁଥିବା ଏଲଓସିରେ ମୁତୟନ ଥିବା ସେନା କର୍ତ୍ତୃପକ୍ଷ ଦେଖିବାକୁ ପାଇଥିଲେ। ଉଡ଼ୁଥିବା ସନ୍ଦିଗ୍ଧ ଡ୍ରୋନ୍ଟିର ଗତିବିଧି ସନ୍ଦେହଜନକ ଥିବା ଦେଖିବା ପରେ ସେନା କର୍ମଚାରୀମାନେ ଗୁଳି ଚଳାଇ ଡ୍ରୋନ୍ଟିକୁ ଖସାଇ ଦେବାକୁ ବାଧ୍ୟ ହୋଇଥିଲା ବୋଲି ଶନିବାର ଦିନ ସରକାରୀ ସୂତ୍ରରୁ ପ୍ରକାଶ।
ଏସଂପର୍କରେ ସୂଚନା ପ୍ରଦାନ କରି ଭାରତୀୟ ସେନାର ଜଣେ ପ୍ରବକ୍ତା କହିଛନ୍ତି ଯେ ଶୁକ୍ରବାର ବିଳମ୍ବିତ ରାତ୍ରିରୁ ଶନିବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ଜମ୍ମୁ- କଣ୍ମୀର କୃଷ୍ଣ ଗାହତି ସେକ୍ଟରର ବାଲୋନିର ଏଲଓସି ନିକଟରେ ଏହି ଡ୍ରୋନ୍ଟି ସନ୍ଦେହଜନକ ଜନକ ଅବସ୍ଥାରେ ଉଡୁଥିବା ବେଳେ ସୀମାନ୍ତରେ ମୁତୟନ ସେନା କର୍ମଚାରୀମାନେ ଏହାକୁ ଠାବ କରିଥିଲେ।
ସନ୍ଦିଗ୍ଧ ଡ୍ରୋନ୍ଟି ବାରମ୍ବାର ପାକିସ୍ତାନ ଅଧିକୃତ କାଶ୍ମୀର ପାର୍ଶ୍ୱକୁ ଯିବା ସହ ପୁନର୍ବାର ଏଲଓସି ଅଞ୍ଚଳକୁ ଫେରି ଆସୁଥିଲା ବୋଲି ସୂତ୍ରରୁ ପ୍ରକାଶ। ଏହି ଘଟଣା ପରେ ଏବେ ସେନା ଏବଂ ପୁଲିସ କର୍ତ୍ତୃପକ୍ଷ ଏହି ଅଞ୍ଚଳରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ବୋଲି ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/drones1.jpg)