ନୂଆଦିଲ୍ଲୀ: ଦୀର୍ଘ ଆଠ ମାସ ହେବ ପୂର୍ବ ଲଦାଖରେ ଚୀନ୍‌ ସହ ସାମରିକ ବିବାଦ ଚାଲିଥିବା ବେଳେ ‘ପାଙ୍ଗୋଙ୍ଗ୍‌’ ହ୍ରଦରେ ପାଟ୍ରୋଲିଙ୍ଗ୍‌ ନିମନ୍ତେ ଅତ୍ୟାଧୁନିକ ‘ସର୍ଭିଲାନ୍‌ସ୍‌ ଗିଅର୍‌’ ଏବଂ ଅନ୍ୟାନ୍ୟ ଉପକରଣ ଥିବା ସ୍ୱତନ୍ତ୍ରଭାବେ ନିର୍ମିତ ଦ୍ରୁତଗାମୀ ବୋଟ୍‌ ନିମନ୍ତେ ଭାରତୀୟ ସେନାବାହିନୀ ବରାଦ ଦେଇଛି।

Advertisment

୧୨ଟି ନୂଆ ପାଟ୍ରୋଲ୍‌ ବୋଟ୍‌ ଏବଂ ଚାରିବର୍ଷ ଲାଗି ସେଗୁଡ଼ିକର ରକ୍ଷାଣାବେକ୍ଷଣ ଓ ଯନ୍ତ୍ରାଂଶ ନିମନ୍ତେ ଗୁରୁବାର ଦିନ ‘ପ୍ରତିରକ୍ଷା ପିଏସ୍‌ୟୁ ଗୋଆ ସିପ୍‌ୟାର୍ଡ’ ସହ ସେନା ପ୍ରାୟ ୬୫ କୋଟି ଟଙ୍କାର ରାଜିନାମା ସ୍ୱାକ୍ଷର କରିଛି। ଜଣେ ସରକାରୀ ଅଧିକାରୀ କହିଛନ୍ତି, ଏ ବର୍ଷ ମେ ମାସରେ ଏହି ବୋଟ୍‌ଗୁଡ଼ିକର ଡେଲିଭରି ଆରମ୍ଭ ହେବ। ସମ୍ପ୍ରତି ଥଣ୍ଡାରେ ବରଫ ପାଲଟି ଯାଇଥିବା ‘ପାଙ୍ଗୋଙ୍ଗ୍‌’ ହ୍ରଦରେ ସେଗୁଡ଼ିକୁ ମୁତୟନ କରାଯିବ।

publive-image Image Courtesy of English News

ଚୀନ୍‌ ସହ ଦୀର୍ଘକାଳୀନ ମୁକାବିଲା କରିବା ନିମନ୍ତେ ସଶସ୍ତ୍ରବାହିନୀ ପ୍ରସ୍ତୁତ ହେଉଥିବା କଥା ପାଟ୍ରୋଲିଙ୍ଗ୍‌ ବୋଟ୍‌ ପାଇଁ ଦିଆଯାଉଥିବା ବରାଦରୁ ସୂଚନା ମିଳୁଛି। ସମ୍ପ୍ରତି ‘ପାଙ୍ଗୋଙ୍ଗ୍‌’ ହ୍ରଦର ୧୩୪ କିଲୋମିଟର୍‌ ଦୀର୍ଘ ଉତ୍ତର ଓ ଦକ୍ଷିଣ ତଟରେ ଭାରତ ଓ ଚୀନ୍‌ ସେନା ମୁହାଁମୁହିଁ ହୋଇ ରହିଛନ୍ତି। ଏହି ହ୍ରଦ ତିବ୍ଦତରୁ ଭାରତ ଆଡ଼କୁ ପ୍ରସାରିତ ହୋଇଥିବାରୁ ଏହାର ଦୁଇ ତୃତୀୟାଂଶ ଚୀନ୍‌ ନିୟନ୍ତ୍ରଣରେ ରହିଛି।

‘ପାଙ୍ଗୋଙ୍ଗ୍‌’ ହ୍ରଦରେ ପାଟ୍ରୋଲିଙ୍ଗ୍‌ ନିମନ୍ତେ ସେନା ପାଖରେ ଏବେ ୧୭ଟି ‘କ୍ୱିକ୍‌-ରିଆକ୍ସନ୍‌ ଟିମ୍‌’ ପାଟ୍ରୋଲିଙ୍ଗ୍‌ ବୋଟ୍‌ ରହିଛି।