ଜମ୍ମୁ ଓ କଶ୍ମୀର: ରାଜୌରୀର ସୁନ୍ଦରବନୀ ସେକ୍ଟର୍‌ରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ସହିଦ

ଶ୍ରୀନଗର: ଗୁରୁବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର ରାଜୌରୀ ଜିଲ୍ଲା ଅନ୍ତର୍ଗତ ସୁନ୍ଦରବନୀ ସେକ୍ଟର୍‌ରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନ କାରଣରୁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି।

ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ବୋମା ଆକ୍ରମଣ ଯୋଗୁଁ ଯବାନଜଣକ ସହିଦ ହୋଇଥିବା କଥା ଜଣେ ପ୍ରତିରକ୍ଷା ଅଧିକାରୀ କହିଛନ୍ତି। ସୁନ୍ଦରବନୀ ସେକ୍ଟର୍‌ରେ ଥିବା ଫର୍‌ୱାର୍ଡସ୍ ଅଞ୍ଚଳକୁ ଲକ୍ଷ୍ୟ କରି ପାକିସ୍ତାନ ସେନା ଆକ୍ରମଣ କରିଥିଲା। ଭାରତୀୟ ସେନା ଏହାର ଠିକଣା ଜବାବ ଦେଇଛି।

Image Courtesy of Zee News

ଏହାଛଡ଼ା, ଗୁରୁବାର ରାତିରେ ପାକିସ୍ତାନ ପୁଞ୍ଚ୍‌ ଜିଲ୍ଲାର ଫ୍ରଣ୍ଟ୍‌ ସେକ୍ଟର୍‌ରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରିଥି‌ଲା। ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ଯେ ରାତି ପ୍ରାୟ ୧୦: ୪୫ ରେ କରାଯାଇଥିବା ଅସ୍ତ୍ରବିରତି ଉଲ୍ଲଂଘନରେ କିର୍ଣ୍ଣି ସେକ୍ଟର୍‌ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନୀ ସେନା ଗୁଳିଗୋଳା ଓ ବୋମା ନିକ୍ଷେପ କରିଥିଲେ। ଭାରତୀୟ ଯବାନମାନେ ମଧ୍ୟ ଏହାର ସମୁଚ୍ଚିତ ମୁକାବିଲା କରିଥିଲେ।

ରାଜୌରୀ ଜିଲ୍ଲାର କାଲାକୋଟ୍ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ଆତଙ୍କବାଦୀଙ୍କୁ ନିରାପତ୍ତା ବଳ ହତ୍ୟା କରିବା ପରେ ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର