ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ରାଜୌରି ଜିଲ୍ଲାରେ ଶନିବାର ଦିନ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି।
ସହିଦ ଯବାନ ହେଉଛନ୍ତି ହାବିଲଦାର ପାଟିଲ ସଂଗ୍ରାମ ଶିବାଜୀ।
ଜଣେ ଅଧିକାରୀ କହିଛନ୍ତି, ରାତି ପ୍ରାୟ ୧ଟା ବେଳେ ନୌଶେରାର ଲାମ ଅଞ୍ଚଳର ସୀମାଆରପଟୁ ଅକାରଣରେ ଗୁଳି ଚାଳନା କରାଯାଇଥିଲା। ଏଥିରେ ଜଣେ ହାବିଲଦାର୍ ଗୁରୁତର ଆହତ ହେବା ପରେ ମୃତ୍ୟୁ ବରଣ କରିଛନ୍ତି।
/sambad/media/post_attachments/wp-content/uploads/2020/11/cease-fire.jpeg) Image Courtesy of India Today
 Image Courtesy of India Todayଏହାର ପ୍ରତ୍ୟୁତ୍ତରରେ ଭାରତୀୟ ସେନା ମଧ୍ୟ ଗୁଳି ଚଳାଇଥିଲା। ଫଳରେ ବେଶ୍ କିଛି ସମୟ ଧରି ଉଭୟ ସୀମା ପଟୁ ଗୁଳି ବର୍ଷଣ ହୋଇଥିଲା।
ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ନଗରୋଟାରେ ଏନ୍କାଉଣ୍ଟର୍ ଯୋଗୁଁ ବିପୁଳ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଜୈଶ୍-ଏ-ମହମ୍ମଦର ୪ ଜଣ ଆତଙ୍କବାଦୀ ନିହତ ହେବାର ଦୁଇ ଦିନ ପରେ ଆଜିର ଘଟଣା ଘଟିଛି।
ଏହା ବ୍ୟତିରେକେ, ନଗରୋଟା ଏନ୍କାଉଣ୍ଟର୍ ଘଟଣାର ଦୃଢ଼ ପ୍ରତିବାଦ ଜଣାଇବାକୁ ଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନ୍ର ଉପରାଷ୍ଟ୍ରଦୂତଙ୍କୁ ଭାରତ ଡକାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/army-3.jpg)
