ପାକିସ୍ତାନରେ ଆତଙ୍କବାଦୀ କ୍ୟାମ୍ପ ଥିବା ପର୍ଯ୍ୟନ୍ତ ଏ ଲଢେଇ ଚାଲିବ : ସେନା

ପାକିସ୍ତାନ ଏଫ-୧୬ ବ୍ୟବହାର କରିଥିଲା

ନୂଆଦିଲ୍ଲୀ : ପାକିସ୍ତାନ ସହିତ ଉପୁଜିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆଜି ଅପରାହ୍ନ ୫ଟାରେ  ଭାରତର ତିନି ସେନା ବାୟୁସେନା, ସ୍ଥଳସେନା ଓ ନୌସେନାର ମୁଖ୍ୟ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଭାରତୀୟ ସେନା ପାକିସ୍ତାନ ବିରୋଧରେ ଯେକୌଣସି ପ୍ରକାରର ପରିସ୍ଥିତି ପାଇଁ ପ୍ରସ୍ତୁତ  ରହିଛି । ପାକିସ୍ତାନର ବାୟୁସେନା ଏଫ-୧୬ ବିମାନ ଦ୍ବାରା ଭାରତୀୟ ସାମରିକ ପ୍ରତିଷ୍ଠାନକୁ ଆମରାମ କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା ।

କିନ୍ତୁ ଭାରତୀୟ ବାୟୁସେନାର ସତର୍କତା ଯୋଗୁଁ କୌଣସି କ୍ଷତି ହୋଇନାହିଁ । ଭାରତୀୟ ବାୟୁସେନାର ମିଗ ୨୧ ବିମାନର ପ୍ରତିଆକ୍ରମଣ ଯୋଗୁଁ ଏଫ-୧୬ ବିମାନଟି ନଷ୍ଟ ହୋଇ ପାକିସ୍ତାନୀ ସୀମାପଟେ ପଡିଥିଲା । କିନ୍ତୁ ଏଥିରୁ ନିକ୍ଷେପ ହୋଇଥିବା ମିସାଇଲଟି ଭାରତୀୟ ସୀମାରେ ପଡିଥିଲା ବୋଲି ଏୟାର ଭାଇସ ମାର୍ସାଲ ଆର.କପୁର କହିଛନ୍ତି । ସେହିପରି ସେନା ପକ୍ଷରୁ ମେଜର ଜେନେରାଲ ସୁରେନ୍ଦ୍ର ସିଂ ବାହାଲ କହିଛନ୍ତି ଯେ ଏହି ଲଢେଇ ପାକିସ୍ତାନରେ ଆତଙ୍କବାଦୀ କ୍ୟାମ୍ପ ଥିବା ପର୍ଯ୍ୟନ୍ତ ଚାଲୁରହିବ ।  ଏହି ଅବସରରେ ବାୟୁସେନା ପକ୍ଷରୁ ଏହି ଆମରାମ ମିସାଇଲର ଅବଶେଷକୁ ପ୍ରଦର୍ଶନ କରାଯାଇଥିଲା । ତେବେ ପାକିସ୍ତାନପକ୍ଷରୁ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନଙ୍କୁ ପାକିସ୍ତାନ ଛାଡିବାକୁ ବାୟୁସେନା ପକ୍ଷରୁ ଆନନ୍ଦ ପ୍ରକଟ କରାଯାଇଛି ।

ସମ୍ବନ୍ଧିତ ଖବର