ସିଆଚେନ ଗ୍ଲାସିୟରରେ ବରଫରେ ପୋତି ହୋଇପଡିଥିବା ହେଲିକାପ୍ଟରକୁ ଉଦ୍ଧାର କଲା ସେନା

ନୂଆଦିଲ୍ଲୀ : ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନରେ ଭାରତୀୟ ଏକ ବିରଳ ଦୁଃସାହସିକ ଅଭିଯାନ କରି ସଫଳତା ହାସଲ କରିଛି । ସମୁଦ୍ର ପତନଠାରୁ ପ୍ରାୟ ୧୮ ହଜାର ଫୁଟ ଉଚ୍ଚତାରେ ଥିବା ଏହି ଗ୍ଲାସିୟରରେ ଫସିରହିଥିବା ଏକ ହେଲିକାପ୍ଟରକୁ ଉଦ୍ଧାର କରିବାକୁ ସକ୍ଷମ ହୋଇଛି ସେନା । ଏତେ ଉତ୍ତତାରୁ ଏହି କାର୍ଯ୍ୟ ସଫଳତାର ସହ କରିବା ଏକ ବିଶ୍ୱ ରେକର୍ଡ ବୋଲି କୁହାଯାଉଛି ।

ସେନା ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ଜାନୁୟାରୀ ମାସରେ ଆଡଭାନ୍ସଡ ଲାଇଟ ହେଲିକାପ୍ଟର ଧ୍ରୁବ ସିଆଚେନ ବେସ କ୍ୟାମ୍ପକୁ ଫେରୁଥିବାବେଳେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ତେବେ ପାଇଲଟ ଏହାକୁ ନିରାପଦରେ ଓହ୍ଲାଇବାକୁ ସକ୍ଷମ ହୋଇଥିଲେ ମଧ୍ୟ ଏହା ବେସ କ୍ୟାମ୍ପରେ ପହଞ୍ଚି ପାରି ନଥିଲା । ପାଇଲଟ ଏହାକୁ ବରଫ ଉପରେ ହିଁ ଓହ୍ଲାଇଦେଇଥିଲେ । କିନ୍ତୁ ବରଫରେ ଦବିଯାଇ ଏହା ଧୀରେ ଧୀରେ ପୋତି ହୋଇଯାଇଥିଲା । ଏହା ପରେ ହେଲିକାପ୍ଟରକୁ ଉଦ୍ଧାର କରିବାକୁ କରାଯାଇଥିବା ସବୁ ଉଦ୍ୟମ ବିଫଳ ହୋଇଥିଲା । ତେବେ ଗତ ଜୁଲାଇ ମାସରେ ସେନାର ଇଂଜିନିୟର ଓ ପାଇଲଟମାନଙ୍କ ଏହି ଟିମ ହେଲିକାପ୍ଟରର ତ୍ରୁଟିକୁ ସଜାଡିବାରେ ସକ୍ଷମ ହେବା ସହ ତାହାକୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ ।

ସମ୍ବନ୍ଧିତ ଖବର